ରାଉରକେଲା ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ ,ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ପଦ୍ମନାଭନ ମୁଖି କାରୁଆଙ୍କୁ ଗିରଫ ପରେ କୋର୍ଟ ଚାଲାଣ ।

203

କନକବ୍ୟୁରୋ: ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର । ରାଉରକେଲା ସରକାରୀ ଡାକ୍ତରଖାନାରୁ ଜଣେ ନକଲି ଡାକ୍ତର ଧରାପଡିଥିବା ବେଳେ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ନକଲି ନର୍ସ ଓ ନକଲି କର୍ମଚାରୀ ଧରାପଡିଥିବା ବେଳେ ବର୍ତମାନ ନକଲି ଡାକ୍ତର ଧରା ପଡିବା ଘଟଣା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାକୁ ପଦାରେ ପକାଇଛି । ଗିରଫ ନକଲି ଡାକ୍ତର ଜଣକ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ପଦ୍ମନାଭନ ମୁଖି କାରୁଆ ବୋଲି ଜଣାପଡିଛି । ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟକୁ ନକଲ କରି ୭ ମାସ ହେବ ଆଉଟସୋର୍ସିଂ ସଂସ୍ଥା ଜରିଆରେ ରାଉଲକେଲା ସରକାରୀ ଡାକ୍ତରଖାନାର ଡାୟାଲିସିସ୍ ବିଭାଗରେ କାର୍ଯ୍ୟ କରୁଥିଲେ ।

ପଦ୍ମନାଭନ ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟରେ ନିଜ ଫଟୋ ଲଗାଇ ନିଯୁକ୍ତି ପାଇଥିଲେ । ତେବେ ପ୍ରାରମ୍ଭିକ ଯାଂଚ ବେଳେ ବାଜାଜ ଫାଇନାନ୍ସର ଅଧିକାରୀ ମାନେ ଜାଣି ନପାରିବା ସହ ପଦ୍ମନାଭନଙ୍କ ବ୍ୟାଙ୍କ ଆକାଉଁଟକୁ ୧୬ ଲକ୍ଷ ୫୩ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ଗତ ୧୫ ତାରିଖରେ ପଦ୍ମନାଭନ ଦାଖଲ କରିଥିବା କାଗଜପତ୍ରକୁ ବାଜାଜ୍ ଫାଇନାନ୍ସର ଏରିଆ ମ୍ୟାନେଜର ଯାଂଚ କରିଥିବା ବେଳେ ସତ ସାମ୍ନାକୁ ଆସିଥିଲା । ଏନେଇ ଏରିଆ ମ୍ୟାନେଜର ରଜତ ବେହେରା ରଘୁନାଥପାଲ୍ଲୀ ଥାନରେ ଅଭିଯୋଗ କରିବା ପରେ ନକଲି ଡାକ୍ତର ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଳାଣ କରିଛି ।