ଜେସିବିରେ ATM ଉଠାଇନେଇଯାଉଥିଲେ ଚୋର । ବ୍ୟାଙ୍କ ସର୍ଭିଲାନ୍ସ ସିଷ୍ଟମ କଲା ଆଲର୍ଟ

264

କନକ ବ୍ୟୁରୋ :  ଚୋର ଏଏଟିଏମ ତାଡି ଟଙ୍କା ଲୁଟିନେଉଥିବା ଖବର ଆପଣ ଶୁଣିଥିବେ । ହେଲେ ପୁରା ଏଟିଏମ୍ କ୍ୟାବିନକୁ ଜେସିବିରେ ଉଠାଇନେଇଯିବା କଥା ବୋଧେ କେବେ ଶୁଣିନଥିବେ । ହେଲେ ଏଭଳି ଘଟଣା ଘଟିଛି ମାଙ୍ଗାଲୋରରେ । ଏଠାରେ ଚୋର ଜେସିବିରେ ଏଏଟିଏମକୁ ଉଠାଇନେଉଯାଉଥିଲେ ହେଲେ ଆଲର୍ଟ କରିଦେଲା ବ୍ୟାଙ୍କ ସେଣ୍ଟ୍ରାଲ ସର୍ଭିଲାନ୍ସ ସିଷ୍ଟମ୍ ।

ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମରୁ ବଡ ଧରଣର ଲୁଟକୁ ଭଣ୍ଡୁର କରିଦେଲା ବ୍ୟାଙ୍କ ସର୍ଭିଲାନ୍ସ ସିଷ୍ଟମ୍ । ଚୋରମାନେ ଜେସିବି ଲଗାଇ ପୁରା ଏଟିଏମ୍ କ୍ୟାବିନକୁ ଉଠାଇନେଉଥିବାବେଳେ ଆଲର୍ଟ ଆଲାରାମ ବାଜିଉଠିଥିଲା । ଫଳରେ ଘଟଣାସ୍ଥଳକୁ ଛୁଟିଆସିଥିଲେ ପୁଲିସ କର୍ମୀ । ଫଳରେ ଛତ୍ରଭଙ୍ଗ ଦେଇଥିଲେ ଚୋରଦଳ ।