ଶୀତଦିନେ କେମିତି ନେବେ ତ୍ୱଚାର ଯତ୍ନ : ଆପଣାନ୍ତୁ ଏହି ଟିପ୍ସ

96

ଋତୁ ଅନୁସାରେ ତ୍ୱଚାର ଯତ୍ନ ନେବାକୁ ହୋଇଥାଏ । ବିଶେଷକରି ଶୀତଦିନେ ବଡ ଅସହ୍ୟ ବୋଧ ମନେହୁଏ । ତ୍ୱଚା ଶୁଷ୍କ ହୋଇଯାଏ । ଆଉ ଅନେକଙ୍କ ତ୍ୱଚା ଫାଟି ଯନ୍ତ୍ରଣା ମଧ୍ୟ ହୋଇଥାଏ । ମହିଳମାନେ କର୍ମ ବ୍ୟସ୍ତତା ଭିତରେ ତ୍ୱଚାର ଯତ୍ନ ନେଇନପାରିବାରୁ ଏପରି ସମସ୍ୟା ଉପୁଜେ । ତେବେ କେମିତି ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବେ ଆପଣନ୍ତୁ କହୁଛି କିଛି ଫେସପ୍ୟାକ୍ ଟିପ୍ସ ।

ହଳଦୀ –
୧ -ଏକ ଚାମଚ ହଳଦୀ ପାଉଡରରେ ଏକ ଚାମଚ ଦହି ମିଶାଇ ଏହାକୁ ମୁହଁ ଓ ଶରୀରରେ ଲଗାନ୍ତୁ । ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ ଏହା ଦ୍ୱାରା ତ୍ୱଚା ନରମ ହେବା ସହ ଉଜ୍ଜ୍ୱଳ ଦେଖାଯିବ ।
୨ – ଏକ ଚାମଚ ହଳଦୀରେ କିଛି ବୁନ୍ଦା ମହୁ ଓ ଗୋଲାପ ଜଳ ମିଶାନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାନ୍ତୁ । ଏହା ଶୁଷ୍କତା ଦୂର କରି ତ୍ୱଚାରେ ଚମକ ଆଣିବାରେ ସହାୟକ ହେବ ।
୩ – ହଳଦୀ , ଚନ୍ଦନ ଓ କ୍ଷୀର ମିଶାଇ ପ୍ୟାକ୍ ତିଆରି କରନ୍ତୁ । ଏହି ପ୍ୟାକକୁ ତ୍ୱଚାରେ ଲଗାଇ ୨-୩ ମିନିଟ୍ ମସାଜ କରନ୍ତୁ । ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ବଢିବା

ମହୁ-
୧ – ଏକ ଚାମଚ ମହୁରେ ୨ ଚାମଚ ପାଣି ମିଶାଇ ତ୍ୱଚାରେ ଲଗାନ୍ତୁ । କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସିବ ।
୨ –ଟମୋଟୋ ରସ ସହ ମିଶାଇ ଏହି ପ୍ୟାକକୁ ତ୍ୱଚାରେ ଲଗାନ୍ତୁ । ଶୁଖିଗଲା ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏହା ତ୍ୱଚାର ଶୁଷ୍କତାକୁ ଦୂର କରିବ ।

ଆଳୁ –
୧ –ଗୋଟିଏ ଆଳୁକୁ ପେଷ୍ଟ କରନ୍ତୁ । ଏଥିିରେ ଏକ ଚାମଚ ଦହି ମିଶାନ୍ତୁ । ଏହି ପ୍ୟାକକୁ ଲଗାନ୍ତୁ । ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ନରମ ହେବା ସହ ସଫା ହୋଇଥାଏ
୨ – ଆଳୁ ରସରେ ଦହି ମିଶାଇ ମଧ୍ୟ ତ୍ୱଚାରେ ଲଗାଇ ପାରିବେ । ଏହା ଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହୋଇଥାଏ ।

ଗାଜର –
୧ – ଦୁଇ ଚାମଚ ଗାଜର ପେଷ୍ଟରେ ଅଧା ଚାମଚ ମହୁ ମିଶାନ୍ତୁ । ଏହାକୁ ତ୍ୱଚାରେ ଲଗାଇ ୧୫ ମିନିଟ୍ ଛାଡି ଦିଅନ୍ତୁ । ଏହାପରେ ଧୋଇ ଦିଅନ୍ତୁ । କିଛି ଦିନ ଲଗାତାର ଏପରି ଫେସପ୍ୟାକ୍ ବ୍ୟବହାର କଲେ ତ୍ୱଚାରୁ ଶୁଷ୍କତା ଦୂର ହୋଇ ଉଜ୍ଜ୍ୱଳ ଦେଖାଯିବ ।
୨–ଗାଜର ସଜ ଦହି ମିଶାଇ ଏହାକୁ ତ୍ୱଚାରେ ଲଗାଇ ୧୦ ମିନିଟ୍ ପର୍ଯ୍ୟନ୍ତ ରୁହନ୍ତୁ । ଏହା ତ୍ୱଚାରେ ଚମକ ଭରିଥାଏ।