ଫେସବୁକ ଆଣିବ ନୂଆ ଫିଚର ! ଏଣିକି କମେଣ୍ଟ ହେବ ରଙ୍ଗୀନ, ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ନୂଆ ଫିଚର

58

କନକ ବ୍ୟୁରୋ : ଏବେ ବିଶ୍ୱର ଅଧିକାଂଶ ଲୋକ ସୋସିଆଲ ମିଡିଆ ସାଇଟ୍ ଫେସବୁକର ପ୍ରେମରେ ପଡିଯାଇଛନ୍ତି । ଲୋକଙ୍କ ମଧ୍ୟରେ ଏହା ଯେତେ ଗ୍ରହଣୀୟ ହେଉଛି ଫେସବୁକ ସେହି ଅନୁସାରେ ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । ଫେସବୁକ ପ୍ରତିଦିନ କିଛି ନା କିଛି ନୂଆ ଫିଚର ୟୁଜର ମାନଙ୍କୁ ଭେଟି ଦେଉଛି । ଆଉ ଏଭଳି ନୂଆ ଫିଚର ମଧ୍ୟ ୟୁଜରଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରୁଛି । ଗତ ମାସରେ ଫେସବୁକ୍ ବ୍ୟବହାରକାରୀ ପାଇଁ ଆପରେ ଏକ ନୂଆ ଫିଚର ଯୋଡିଥିଲା । ଏହି ଫିଚର ଦ୍ୱାରା ବ୍ୟବହାରକାରୀ ନିଜ ଫେସବୁକ ଷ୍ଟାଟସର ବ୍ୟାକଗ୍ରାଉଣ୍ଡ ରଙ୍ଗୀନ କରିପାରିବା ଭଳି ସୁବିଧା ଉପଲବ୍ଧ କରାଇଥିଲା ଫେସବୁକ୍ । ସେତେବେଳେ ଏହି ନୂଆ ଫିଚରକୁ ନେଇ ବ୍ୟବହାରକାରୀଙ୍କ ଠାରୁ ଭଲ ପ୍ରତିକ୍ରିୟା ମଧ୍ୟ ମଳିଥିଲା । ତେବେ ପୁଣିଥରେ ଫେସବୁକ୍ ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଫେସବୁକ ଷ୍ଟାଟସ ଭଳି ଏଣିକି ଫେସବୁକରେ ଦିଆ ଯାଉଥିବା କମେଣ୍ଟକୁ ରଙ୍ଗୀନ କରିବା ଭଳି ଏକ ନୂଆ ଫିଚର ଆଣୁଛି ଫେସବୁକ୍ । ଏଣିକି ଫେସବୁକରେ ବିଭିନ୍ନ ରଙ୍ଗର କମେଣ୍ଟସ ଦେଖିବାକୁ ମିଳିବ । ଏହି ନୂଆ ଫିଚରକୁ କିଛି ବ୍ୟବହାରକାରୀଙ୍କ ମଧ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି ।

ସର୍ବପ୍ରଥମେ ଦ ନେଷ୍ଟ ୱେବ ଫେସବୁକର ଏହି ନୂଆ ଫିଚରକୁ ସାମ୍ବାକୁ ଆଣିଛି । ପରୀକ୍ଷାମୂଳକ ଭାବେ ଫେସବୁକ ଆରମ୍ଭ କରିଥିବା ଏହି ନୂଆ ଫିଚର ବିଷୟରେ କିଛି ବ୍ୟବହାରକାରୀ ମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । କିଛି ୟୁଜରଙ୍କ କହିବା ଅନୁଯାୟୀ, ଫେସବୁକରେ କମେଣ୍ଟ ବକ୍ସରେ କମେଣ୍ଟ ଲେଖୁଥିବା ବେଳେ ବ୍ୟାକଗ୍ରାଉଣ୍ଡର ରଙ୍ଗ ପରିବର୍ତ୍ତନ କରିବା ପାଇଁ ଅପ୍ସନ ଆସିଥିଲା । ତେବେ ଫେସବୁକ ବ୍ୟବହାରକାରୀ କେବେ ଏହି ନୂଆ ଫିଚରର ଲାଭ ଉଠାଇ ପାରିବେ ସେ ନେଇ ସଠିକ ସୂଚନା ମିଳିନାହିଁ । ଫେସବୁକ ତରଫରୁ ଏବେ କେବଳ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି ।

ତେବେ ଫେସବୁକର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏହି ଫିଚର ବ୍ୟବହାରକାରୀଙ୍କୁ ନିଶ୍ଚିତ ଭାବେ ଏକ ନୂଆ ଅନୁଭୂତି ଦେବ । ତା ଛଡା ୟୁଜରଙ୍କ ସହ ଯୋଡି ହେବା ପାଇଁ ଫେସବୁକ ସର୍ବଦା ନୂଆ ନୂଆ ଫିଚର ଆଣିଥାଏ ।

ସୌଜନ୍ୟ- ଆଜତକ୍