ଫେସବୁକ ଜରିଆରେ କରିପାରିବେ ରକ୍ତଦାନ ! ଜାଣନ୍ତୁ ପୁରା ପ୍ରକ୍ରିୟା

47

ରକ୍ତଦାନ ଏକ ପୂଣ୍ୟର କାମ । ତେବେ ବେଳେ ବେଳ ଖବର ଆସେ ଠିକ ସମୟରେ ରକ୍ତ ନମିଳିବାରୁ କିମ୍ବା ଠିକ ବ୍ଲଡ଼ ଗ୍ରୁପର ରକ୍ତ ନମିଳିବାରୁ ଅନେକ ଲୋକ ଅସୁବିଧାରେ ପଡ଼ନ୍ତି । ତେବେ ଆଗକୁ ଏନେଇ ଚିନ୍ତା କରିବା facebook_1506171580_618x347ଦରକାର ନାହିଁ । ରକ୍ତଦାନ ପାଇଁ ଫେସବୁକ୍ ଆଣିଛି ନୂଆ ଫିଚର । ଏବେ ଠାରୁ ଫେସବୁକ ଜରିଆରେ ଆପଣ ଚାହିଁଲେ ରକ୍ତଦାନ କରିପାରିବେ । ଫେସବୁକ ଭାରତୀୟ ଗ୍ରାହକଙ୍କ ପାଇଁ ଏକ ନୂତନ ଫିଚର ଆଣିଛି । ଏହି ନୂଆ ଫିଚରରେ ଭାରତୀୟ ରକ୍ତଦାନ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଫେସବୁକର ଏହି ଖାସ୍ ଫିଚର ୧ ଅକ୍ଟୋବରରୁ ଲାଇଭ ହେବ । ସୂଚନା ଅନୁସାରେ ୧ ଅକ୍ଟୋବରକୁ ରାଷ୍ଟ୍ରୀୟ ବ୍ଲଡ଼ ଡୋନର ଡେ ରୂପରେ ପାଳନ କରାଯାଏ ।

ଫେସବୁକ ଅନୁସାରେ ଭାରତରେ ଶୁଦ୍ଧ ରକ୍ତର ଅଭାବ ରହିଛି । ଏଠାରେ ଅନେକ ପରିବାର ଓ ଗ୍ରାହକfacebook-1 ସୋସିଆଲ ମିଡ଼ିଆ ଜରିଆରେ ରକ୍ତାଦାତାଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତି । ଏହାକୁ ଦୃଷ୍ଟିରେ ରଖି ଫେସବୁକ ଏପରି ଏକ ଅଭିନବ ପଦକ୍ଷେପ ନେଇଛି ଓ ଭାରତୀୟ ଗ୍ରାହକଙ୍କ ପାଇଁ ନୂତନ ଫିଚର ଆଣିଛି । ଏହି ଫିିଚର ଜରିଆରେ ରକ୍ତଦାତା ଡାକ୍ତରଖାନା ଓ ରୋଗୀଙ୍କ ସହ ସିଧାସଳଖ ସମ୍ପର୍କ କରିପାରେବ । ଏହି ଫିଚର ଜରିଆରେ ରକ୍ତଦାତାଙ୍କ ସମ୍ପର୍କରେ ପତ୍ତା ଲାଗଯାଇପାରିବ ।

ଫେସବୁକ ୧ ଅକ୍ଟୋବରରୁ ରକ୍ତଦାନ ପାଇଁ ପଞ୍ଚୀକରଣ ପାଇଁ ନ୍ୟୁଜ ଫିଡ଼ରେ ଏକ ମେସେଜ ଦେଖାଇବ । ଯାହା ଉପରେ କ୍ଲିକ କରି ରକ୍ତାଦାତା ପଞ୍ଚଜୀକରଣ କିରପାରିବ । ଏହି ଫିଚର ଡିଫଲ୍ଡ ରୂପରେ ପ୍ରାଇଭେଟ (ଓନଲି ମି) ରହିବ, ଯଦି ଗ୍ରାହକ ଏହାକୁ ସର୍ବସାଧାରଣରେ ସେୟାର କରିବା ପାଇଁ ଚାହାନ୍ତି ତେବେ ସେଟିଂ ବଦଳାଯାଇପାରିବ । ଏହି ଫିଚର ଆଣ୍ଡ୍ରଏଡ଼୍ ଓ ମୋବାଇଲ ୱେବରେ ପ୍ରଥମେ ରିଲିଜ କରାଯିବ ।

                ସୌଜନ୍ୟ -ଅମର ଉଜାଲା