ଅଥୟ କଲାଣି ଆଖିଧରା । ସଂକ୍ରମଣର ହଟସ୍ପଟ୍ ପାଲଟିଛି ସ୍କୁଲ

603

କନକ ବ୍ୟୁରୋ : ସାରା ରାଜ୍ୟରେ ଜୋରରେ ମାଡି ଚାଲିଛି ଆଖିଧରା ରୋଗ । ବିଶେଷ କରି ବିଦ୍ୟାଳୟ ଗୁଡିକ କେମିତି ଆଖିଧରା ରୋଗ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ଏମାନେ ହେଉଛନ୍ତି ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ୫୩ ଜଣ ଛାତ୍ର ଆଖି ଧରା ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଧାଡି ହୋଇ ଛିଡା ହୋଇଛନ୍ତି । କାହାର ଆଖି ଲାଲ ପଡିଛି, ତ ଆଉ କାହାର ଆଖି ଫୁଲି ଯାଇଛି । ଏତେ ସଂଖ୍ୟାରେ ପିଲା ଆଖିଧରାରେ ସଂକ୍ରମିତ ହେବା ପରେ, ସତର୍କ ହୋଇଛନ୍ତି କର୍ତୁପକ୍ଷ ଓ ଅଭିଭାବକ ।

କେବଳ ଗଜପତି ନୁହେଁ ସୋର ହସ୍ପିଟାଲରେ ମଧ୍ୟ ଲାଗିଛି ଆଖିଧରା ରୋଗୀଙ୍କ ଭିଡ । ମେଡିକାଲ କର୍ତୁପକ୍ଷଙ୍କ ସୂଚନା ଅନୁସାରେ ଆଖି ଧରା ରୋଗରେ ଆକ୍ରାନ୍ତ ହୋଇ ପ୍ରତ୍ୟକ ଦିନ ବହୁ ଲୋକ ହସ୍ପିଟାଲକୁ ଚିକିିତ୍ସା ପାଇଁ ଆସୁଛନ୍ତି । ଅନ୍ୟପଟେ ଆଖିଧରା ଯୋଗୁଁ ସ୍କୁଲରେ ଉପସ୍ଥାନ ସଂଖ୍ୟା କମିବାରେ ଲାଗିିଛି ।

କେବଳ ମୋହନା କି ସୋର ନୁହେଁ ରାଜ୍ୟର ଅଧିକାଂଶ ଅଂଚଳରେ ଆଖିଧରା ରୋଗ ମାଡିବା ପରେ, ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ମାର୍ଗଦର୍ଶିକାରେ କୁହାଯାଇଛି,
ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା..
– ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ବ୍ୟବହାର କରନ୍ତୁ ନାହିଁ
– ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ବ୍ୟବହାର କରନ୍ତୁ ନାହିଁ
– ନିଜର ଚଷମା ନିୟମିତ ସଫା କରନ୍ତୁ
– ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ
– ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ
– ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମପାଣିର ପକାଇ ଆଖିକୁ ପୋଛନ୍ତୁ
– ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ
– ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ

ଆଖିଧରା ଏକ ଡିଆଁରୋଗ ହୋଇଥିବାରୁ, ପରିବାରର ଜଣେ ସଂକ୍ରମିତ ହେଲେ ଅନ୍ୟମାନେ ସଂକ୍ରମିତ ହେଉଛନ୍ତି । କିନ୍ତୁ ରୋଗୀର ଆଖିକୁ ଚାହିଁଲେ ଆଖିଧରା ରୋଗ ବ୍ୟାପିନଥାଏ ବୋଲି କହିଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ   ।