କାଞ୍ଚନଜଙ୍ଗା ଟ୍ରେନ ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା ।

131

କନକ ବ୍ୟୁରୋ: ପଶ୍ଚିମବଙ୍ଗ କାଞ୍ଚନଜୁଙ୍ଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଏହି ଦୁର୍ଘଟଣାରେ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୋଦୀ । ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ମୋଦୀ ।

ଏଯାଏଁ ମିଳିଥିବା ସୂଚନା ମୁତାବକ, କାଞ୍ଚନଜୁଙ୍ଗା ଟ୍ରେନ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୭୦ ଜଣ ଆହତ ହୋଇଛନ୍ତି । ଗ୍ୟାସ କଟରରେ ବଗିକୁ କଟାଯାଇ ଉଦ୍ଧାର କରାଯାଉଥିବାବେଳେ ମୃତକ ଓ ଆହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।