ମୌସୁମୀ ଓଡ଼ିଶା ଛୁଇଁଲା ପରେ ବି ଶୁଖିଲା ପଡିଛି ଜଳାଶୟ ,ପାଣି ନମିଳିବାରୁ ଚାଷ ଜମି ପଡିଛି ପଡିଆ ଚାଷିଙ୍କ ମୁଣ୍ଡରେ ଚଡ଼କ ।

154

କନକ ବ୍ୟୁରୋ:ଧାନ ବୁଣାରେ ବିଳମ୍ବ । ଚିନ୍ତାରେ ଚାଷିକୁଳ । ମୌସୁମି ବର୍ଷା ଉପରେ ନିର୍ଭର କରନ୍ତି ଗଂଜାମର ଧାନ ଚାଷୀ । ଧାନ ଚାଷ ପାଇଁ ପ୍ରଚୁର ଜଳର ଆବଶ୍ୟକତା ରହିଛି । ଚାଷ ରୁତୁ ଆରମ୍ଭରୁ ଅକ୍ଷୟା ତୃତୀୟା ପରେ ଧାନ ବିହନ ବୁଣି ବିଲରେ ତଳି ପକାଯାଇଥାଏ । ଯାହା ଫଳରେ ବର୍ଷା ଆରମ୍ଭ ହେବା ମାତ୍ରେ ଚାଷି ଧାନ ବିଲକୁ କାଦୁଆ କରି ଧାନ ରୋଇଥାଏ । ଧାନ ରୋଇବା ସମୟ ବେଳକୁ ତଳି ମଧ୍ୟ ଉପଯୁକ୍ତ ଅବସ୍ଥାକୁ ଆସିବା ନିହାତି ଆବଶ୍ୟକ । ହେଲେ ଚଳିତ ବର୍ଷ ଏବେ ରଜ ସଂକ୍ରାନ୍ତି ହେଇ ସାରିଥିଲେ ବି ଚାଷି ଜମିରେ ଧାନ ତଳି ପକାଇ ପାରି ନାହିଁ । ଯାହା ଫଳରେ ଧାନ ଚାଷ ଚଳିତ ଥର କେମିତି ହେବ ତାହାକୁ ନେଇ ଏବେ ଆସିକା ଓ ଧରାକୋଟ ଅଂଚଳର ଚାଷି ।

ଖରା କମୁନଥିବା ବେଳେ ଶୁଖିଲା ପଡିଛି ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟ ଗୁଡିକ । ଯାହାଫଳରେ ନିରାଶ ହୋଇପଡିଛି ଚାଷୀ କୁଳ । ଜଳାଶୟ ସୁଖି ଆଁ କରିଥିବା ସମୟରେ ସରକାରଙ୍କ ଉଠାଜଳ ସେଚନ ବି କେଉଁ ଠି ହେଲେ କାମ କରୁ ନାହିଁ । ଫଳରେ ଚାଷି କେବଳ ବର୍ଷା କୁ ନିର୍ଭର କରି ଚାଷ କରୁଥିବାରୁ ଚଳିତ ଥର ଏବେ ପଯ୍ୟନ୍ତ ବର୍ଷା ଆରମ୍ଭ ହୋଇ ନଥିବାରୁ ଧାନ ତଳି ପକାଯାଇ ପାରି ନାହିଁ । ସୋସାଇଟ୍ ରୁ କ୍ରୟ କରିଆଣିଥିବା ବିହନ ଧାନକୁ ଜମିରେ ଏବେ ଭରସା କରି ଚାଷି ବୁଣି ପାରୁ ନାହିଁ । ଯାହାକୁ ନେଇ ଚାଷୀର ଚିନ୍ତା ବଢିଚାଲିଛି ।