ରାସ୍ତା କାମରେ ଚଞ୍ଚକତା ଅଭିଯୋଗ: ମରାମତି ନେଇ ୮କୋଟିରୁ ଅଧିକ ବ୍ୟୟବରାଦ ପରେ ବି ରାସ୍ତା କାମ ଠପ୍

72

କନକ ବ୍ୟୁରୋ: ରାସ୍ତା ମରାମତିରେ କରାଯାଇଛି ଚଂଚକତା । ପ୍ରଶାସନ ପକ୍ଷରୁ ଗମନାଗମନ ପାଇଁ ଅନେକ ବ୍ୟୟ ବରାଦ ହେଉଛି । ହେଲେ ବହୁ ସ୍ଥାନରେ ଏହା ବ୍ୟୟ କରାଯାଉନାହିଁ । ଲୋକେ ପୂର୍ବବତ ସମସ୍ୟା ଭିତରେ ରହୁଛନ୍ତି । ଏଇ ଯେମିତି କଟକ ନିଆଳି ଭାଲିଆକଣଠାରୁ ପଳସୁଧା ରାସ୍ତାର ଶୋଚନୀୟ ଅବସ୍ଥା । ଏହି ରାସ୍ତା ପାଇଁ ୮କୋଟି ୮୪ ଲକ୍ଷ ଟଙ୍କା ଆସିଥିଲା । କାମ ସାରିବାକୁ ଧାର୍ଯ୍ୟ କରାଯାଇଥିଲା ୮ ମାସ ।

ହେଲେ ଅବଧି ପୁରିବା ସମୟରେ ଶିଳାନ୍ୟାସ ହୋଇଛି । ଯାହାକୁ ନିନ୍ଦା କରିବା ସହିତ ରାଜନୀତି ବି ଜୋର ଧରିଛି । ରାସ୍ତା କାମ ପାଇଁ ଠିକାଦାର ଦାୟିତ୍ୱ ନେଇ ସାରିଛନ୍ତି । ଆଉ ଯେଉଁ କାମ ବି କରାଯାଉଛି ତାହା ନିମ୍ନ ମାନର କରାଯାଉଥିବା ହୋଇଛି ଅଭିଯୋଗ । ରାସ୍ତାନିର୍ମାଣ ସ୍ଥାନରେ କୌଣସି ଅଧିକାରୀ ଉପସ୍ଥିତ ରହୁନଥିବା ହୋଇଛି ଅଭିଯୋଗ । ଦିନ ପରେ ଦିନ ବିତି ଚାଲିଥିବା ବେଳେ ଏହିଭଳି ଚଂଚକତାକୁ ନିନ୍ଦା କରାଯାଉଛି । ଖୁବଶିଘ୍ର ଏହି ରାସ୍ତାକାମ ସମ୍ପ୍ରୁ୍ଣ୍ଣ କରିବାକୁ ଦାବି ହୋଇଛି ।