ଇଂଜିନିୟରିଂ ଛାତ୍ର ମୃତ୍ୟୁକୁ ନେଇ ତେଜିଲା ବିବାଦ : ପରିବାର ଆଣିଲେ ହତ୍ୟା ଅଭିଯୋଗ

36

କନକ ବ୍ୟୁରୋ : ଇଂଜିନିୟରିଂ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ମାଷ୍ଟରକ୍ୟାଂଟିନରେ ଆନ୍ଦୋଳନ । ମୃତ ଛାତ୍ରଙ୍କ ପରିବାର ଓ ବିପିୟୁଟି ଛାତ୍ରସଂଘ ମାଷ୍ଟରକ୍ୟାଂଟିନ ଆଗରେ ମୃତଦେହ ରଖି ଆନ୍ଦୋଳନ କରୁଛନ୍ତି । ଇଂଜିନିୟରିଂ ଛାତ୍ର ମୃଣ୍ମୟ ପ୍ରସାଦ ବରାଳଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣି ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି । ଏକ ଘରୋଇ ଇଂଜିନିୟରିଂ କଲେଜରେ ସିଭିଲ ଇଂଜିନିୟରିଂ କରୁଥିବା ମୃଣ୍ମୟ ବିଶାଖାପାଟଣାକୁ ଷ୍ଟଡିଟୁରରେ ଯାଇ ନିଖୋଜ ହୋଇଯାଇଥିଲେ ।

ଗତକାଲି ଗଂଜାମ ଜିଲ୍ଲା ରମ୍ଭା କେଶପୁର ନିକଟସ୍ଥ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ପୁଅକୁ ଟ୍ରେନରୁ ଠେଲି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଗତକାଲି ରାତିରେ ଛାତ୍ରର ମୃତଦେହକୁ କଲେଜ ଆଗରେ ରଖି ପରିବାର ଲୋକେ ଧାରଣା ଦେଇଥିଲେ । ତେବେ କଲେଜ କର୍ତୃପକ୍ଷ ଗୁଣ୍ଡାଲଗାଇ ତାଙ୍କ କଲେଜ କ୍ୟାଂପସରୁ ଘଉଡାଇ ଦେଇଥିବା ଅଭିଯୋଗ ହୋଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :