ଉଡାଣ ଭରିବା ବେଳେ ବନ୍ଦ ହୋଇଗଲା ବିମାନ ଇଞ୍ଜିନ୍ । ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

498

କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲା ଶହଶହ ବିମାନ ଯାତ୍ରୀଙ୍କ ଜୀବନ । ଉଡାଣ ବେଳେ ହଠାତ୍ ଇଞ୍ଜିନ ବନ୍ଦ ହୋଇଯିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳୁ 6e2433 ଇଣ୍ଡିଗୋ ବିମାନ ଉଡାଣ ଭରିବାର କିଛି ମିନିଟ ପରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ସୂଚନା ମୁତାବକ, ଲ୍ୟାଣ୍ଡିଙ୍ଗ କରିବାର କିଛି ସମୟ ପରେ ହିଁ ବିମାନର ଏମରଜେନ୍ସି ଲ୍ୟାଣ୍ଡି କରିବାରୁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ବିମାନ ପାଟଣାରୁ ଦିଲ୍ଲୀ ଯାଉଥିବବେଳେ ଏଭଳି ଘଟଣା ଘଟିଛି ।