ଏମିତି କ’ଣ କାମକଲେ ଏହି ୧୪ ବର୍ଷର ପିଲା, ଯାହାକୁ ଦେଖି ଏଲନ ମସ୍କ ଦେଲେ ଚାକିରି ଅଫର

573

କନକ ବ୍ୟୁରୋ : କିଛି ପିଲା ମାନସିକ ଭାବେ ଏତେ ତୀବ୍ର ଯେ ଖେଳକୁଦ ବୟସରେ ବି ସେମାନଙ୍କୁ ବଡ ବଡ କମ୍ପାନୀମାନେ ଚାକିରି ଅଫର ଦେଇଥାନ୍ତି । ଆଗରୁ ମଧ୍ୟ ଏଭଳି ଅନେକ ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏସବୁ ଦେଖିବା ପରେ ସେହି ଯେଉଁ କଥା ଅନେକ ପିଲା କହନ୍ତି କି ବଡ ହେବା ପରେ କିଛି ବଡ କରିବି ତାହା ଭୂଲ ପ୍ରମାଣିତ ହୋଇଛି । ଏବେ କୈରନ କାଜି ନାମକ ଏକ ୧୪ବର୍ଷର ବାଳକକୁ ଏଲନମସ୍କ ତାଙ୍କ ସ୍ପସେକ୍ସ କମ୍ପାନୀରେ ଚାକିରି କରିବାକୁ ଅଫର ଦେଇଛନ୍ତି ।

କୈରନ କାଜି ଏକ ଏଭଳି ପ୍ରତିଭାଶାଳୀ ପିଲା ଯାହାଙ୍କର ଟ୍ୟାଲେଣ୍ଟ ଦେଖି ଏବେ ଏଲନ ମସ୍କ ତାଙ୍କୁ ସ୍ପସେକ୍ସରେ ଚାକିରି ଅଫର କରିଛନ୍ତି । ସ୍ପସେକ୍ସ ତରଫରୁ କୈରନ କାଜିଙ୍କୁ ସଫ୍ଟୱେୟର ଇଂଜିନିୟର ପଦରେ ଚାକିରି କରିବାକୁ ଅଫର ଦିଆଯାଇଛି । ଏହି ପଦରେ କୈରନ ଖୁବଶୀଘ୍ର ଯୋଗଦେବେ ବୋଲି କୁହାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା କି କୈରନ ଏବେ ମାତ୍ର ୧୪ ବର୍ଷରେ ପାଦ ଥାପିଛନ୍ତି । ଏହି ବୟସରେ ଅଧିକାଂଶ ପିଲା ଖେଳକୁଦ ଭଳି ଗତିବିଧି ଉପରେ ଅଧିକ ଫୋକସ କରିଥାନ୍ତି । ହେଲେ କୈରନ ଛୋଟବେଳୁ ମଧ୍ୟ କିଛି କରିବାର ସ୍ୱପ୍ନ ଦେଖୁଥିଲେ । ହେଲେ ଏବେ ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି ଏଲନମସ୍କଙ୍କ ତରଫରୁ ଚାକିରି ଅଫର ଆସିବା ପରେ କୈରନ ଖୁସିବ୍ୟକ୍ତ କରିଛନ୍ତି ।

କୈରନଙ୍କୁ ଲିଙ୍କଡଇନ ମାଧ୍ୟମରେ ସ୍ପସେକ୍ସ ତରଫରୁ ଚାକିରି ଅଫର କରାଯାଇଛି । ଏହି ଅଫର ପାଇବା ପରେ କୈରନ କହିଛନ୍ତି କି, ସେ ଷ୍ଟାରଲିଙ୍କର ଇଂଜିନିୟରିଂ ଟିମରେ ଜଣେ ସପ୍ଟୱେୟାର ଇଂଜିନିୟର ଭାବେ ଯୋଗ ଦେବାକୁ ଯାଉଛନ୍ତି । କହିରଖୁ କି କୈରନ ଖୁବଶୀଘ୍ର ସାନ୍ତା କ୍ଲାରା ବିଶ୍ୱବିଦ୍ୟାଳୟର ଇଂଜିନିୟରିଂ ସ୍କୁଲରୁ ଗ୍ରାଜୁଏସନ ସାରିବାକୁ ଯାଉଛନ୍ତି । କହିରଖୁ କି ଏତେ କମ୍ ବୟସରେ ଏଭଳି ସଫଳତା ହାସଲ କରିବାରେ କୈରନ ପ୍ରଥମ ପିଲା ।