୨୨ ମାସ ପରେ ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ । ୨୦୨୦ରେ ବିବାଦୀୟ ଟ୍ୱିଟ୍ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ହୋଇଥିଲା ବ୍ୟାନ୍  

78

କନକ ବ୍ୟୁରୋ: ପୁଣି ଥରେ ଟ୍ୱିଟରକୁ ଫେରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଟ୍ରମ୍ପଙ୍କ ଆକାଉଣ୍ଟରୁ ବ୍ୟାନ ହଟାଇଦେଇଛନ୍ତି । ଏନେଇ ଏକ ନିର୍ବାଚନ କରିଥିଲେ ମସ୍କ । ଅଧିକ ପ୍ରତିଶତ ଲୋକେ ଟ୍ରମ୍ପଙ୍କ ଆକାଉଣ୍ଟରୁ ବ୍ୟାନ ହଟାଇବାକୁ ମତ ଦେବା ପରେ ତାଙ୍କ ଟ୍ୱିଟର ଆକାଉଣ୍ଟ ପୁଣି ସକ୍ରିୟ ହୋଇଯାଇଛି ।

ଗତ ବର୍ଷ ଜାନୁଆରୀ ମାସରେ ୱାଶିଂଟନରେ ଟ୍ରମ୍ପଙ୍କ ସମର୍ଥକମାନେ ନିର୍ବାଚନ ଫଳାଫଳକୁ ନେଇ ବିକ୍ଷୋଭ ପଦର୍ଶନ କରିଥିଲେ । ଯାହା ପରେ ହିଂସା ରୂପ ଧାରଣ କରିଥିଲା । ଟ୍ରମ୍ପଙ୍କ ଉତ୍ତେଜିତ ଟ୍ୱିଟ ଯୋଗୁଁ ଏଭଳି ହିଂସା ହୋଇଥିବା କୁହାଯାଇଥିଲା । ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଂଟଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରିଥିଲା ଟ୍ୱିଟର  । ଟ୍ୱିଟର ମାଲିକ ପରିବର୍ତନ ହେବା ପରେ ମାଲିକ ଏଲନ ମସ୍କ ଏହା ଉପରେ ଲୋକଙ୍କ ମତ ଲୋଡିଥିଲେ । ଟ୍ୱିଟରରେ ଏକ ନିର୍ବାଚନ ହୋଇଥିଲା । ୨୩୭ ମିଲିୟନ ଟ୍ୱିଟର ବ୍ୟବହାରକାରୀଙ୍କ ମଧ୍ୟରୁ ୧୫ ମିଲିୟନରୁ ଅଧିକ ଲୋକେ ଭୋଟ ଦେଇଥିଲେ । ୫୧ . ୮ ପ୍ରତିଶତ ଲୋକଙ୍କ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ବ୍ୟାନ ହଟାଇବାକୁ ମତ ଦେଇଥିଲେ । ବାକି ୪୮ .୨ ପ୍ରତିଶତ ଲୋକେ ଏହାକୁ ବିରୋଧ କରିଥିଲେ । କିନ୍ତୁ ଅଧିକ ସଂଖ୍ୟକ ଲୋକେ ବ୍ୟାନ ହଟାଇବାକୁ ମତ ଦେଇଥିବାରୁ ତାଙ୍କ ଆକାଉଣ୍ଟକୁ ପୁଣି ଥରେ ସକ୍ରିୟ କରିଦିଆଯାଇଛି । ଏନେଇ ଟ୍ୱିଟର ମାଲିକ ଏଲନ ମସ୍କ ସୂଚନା ଦେଇଛନ୍ତି ।