ଆମ୍ବ ଗୋଟାଇବା ହେଲା କାଳ : ୨ ମହିଳାଙ୍କୁ ଦଳି ମାରିଲା ହାତୀ

445

କନକ ବ୍ୟୁରୋ : ଆମ୍ବ ଗୋଟାଇବା ହେଲା କାଳ । ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ହାତୀ । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନୁଗୁଳର ବଡକନ୍ତକୁଳ ଗାଁରେ ସୋମବାର ସକାଳୁ କିଛି ମହିଳା ଆମ୍ବ ତୋଟାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଆମ୍ବ ଗୋଟାଉଥିବା ବେଳେ ହାତୀ ଏମାନଙ୍କୁ ଆକ୍ରମଣ କରିଥିଲା । ତେବେ ଜଣେ ମହିଳାଙ୍କୁ ହାତୀ ଶୁଣ୍ଢରେ କଚାଡି ଦେଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।