ପ୍ରାର୍ଥୀମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ କଡା ଚେତାବନୀ : ଶିକ୍ଷାଗତ ଯୋଗ୍ୟତା ନେଇ ଭୂଲ ତଥ୍ୟ ଦେଲେ ରଦ୍ଦ ହେବ ନିର୍ବାଚନ

37

କନକ ବ୍ୟୁରୋ : ନିର୍ବାଚନ ଲଢ଼ୁଥିବା ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ କଡା ଚେତାବନୀ । ଶିକ୍ଷାଗତ ଯୋଗ୍ୟତା ନେଇ ଭୂଲ ତଥ୍ୟ ଦେବା ସେମାନଙ୍କ ପାଇଁ ବିପଦ ଘଂଟି ହୋଇପାରେ । ସୁପ୍ରିମକୋର୍ଟ କହିଛନ୍ତି ଆଶାୟୀ ପାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ନେଇ ଭୋଟରମାନଙ୍କର ମୋ÷ଳିକ ଅଧିକାର ରହିଛି । ଏପରିକି ପାର୍ଥୀମାନେ ନିର୍ବାଚନୀ ଘୋଷଣାନାମାରେ ଭୂଲ ତଥ୍ୟ ଦେଲେ ନିର୍ବାଚନକୁ ରଦ୍ଦ କରାଯାଇପାରେ ।

କୋର୍ଟଙ୍କ କହିବା କଥା ଆଶାୟୀ ପ୍ରାର୍ଥୀଙ୍କ କର୍ତବ୍ୟ ସେମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଠିକ୍ ତଥ୍ୟ ପ୍ରଦାନ କରିବେ । ଜନପ୍ରତିନିଧି ଆଇନ ଅନୁସାରେ ଫର୍ମ ନମ୍ବର ୨୬ରେ ସ୍ପଷ୍ଟ ଭାବେ ଏନେଇ ଉଲ୍ଲେଖ ରହିଛି । କୋର୍ଟ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ ଯଦି ନିର୍ବାଚନରେ ୨ଜଣ ଅଶାୟୀ ପ୍ରାର୍ଥୀ ଥାନ୍ତି । ଏବଂ ବିଜୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଭୂଲ ଉପାୟରେ ଗ୍ରହଣ କରାଯାଇଥାଏ , ତେବେ ହାରିଯାଇଥିବା ପ୍ରାର୍ଥୀଙ୍କୁ ଏନେଇ କୋ÷ଣସି ସାକ୍ଷୀ ଦେବାକୁ ପଡିବ ନାହିଁ ଯେ ନିର୍ବାଚନ ବାସ୍ତବରେ ପ୍ରଭାବିତ ହୋଇଛି ।