ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି । ପଶ୍ଚିମବଙ୍ଗରେ ୮ ଜଣ ଆଇପିଏସଙ୍କୁ ସମନ

131

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ଘୋଟାଲା ସମାନାକୁ ଆସୁଛି । ପାର୍ଥ ଚାଟାର୍ଜୀ ଓ ଅନୁବ୍ରତଙ୍କ ପରେ ୮ଜଣ ଆଇପିଏସଙ୍କୁ ସମନ ଜାରି କରାଯାଇଛି । କୋଇଲା ଦୁର୍ନୀତି ନେଇ ସେମାନଙ୍କୁ ତଦନ୍ତରେ ସାମିଲ ହେବାକୁ ନିର୍ଦ୍ଦେଶ ରହିଛି । ତେବ ସମନ ଜାରି ହୋଇଥିବା ଅଇପିଏସଙ୍କ ମଧ୍ୟରେ ଜ୍ଞାନୱନ୍ତ ସିଂ , କୋଟେଶ୍ୱର ରାଓ, ଶ୍ୟାମ ସିଂ, ରାଜୀବ ମିଶ୍ରା , ସୁକେଶ ଜୈନ ଓ ତଥାଗତ ବସୁ ସାମିଲ । ତେବେ ସବୁଠୁ ବଡ଼ କଥା ହେଉଛି ଏହି ସମସ୍ତ ଅଧିକାରୀ ହେଉଛନ୍ତି ପଶ୍ଚିମବଙ୍ଗର ।

କିଛି ଅଧିକାରୀ ଅବୈଧ କୋଇଲା ଉତ୍ତୋଳନ ଓ ତସ୍କରୀ ସ୍ଥାନରେ ନିଯୁକ୍ତ ଥିଲେ । ସେଠାରେ ହେଉଥିବା ସମସ୍ତ କେଳେଙ୍କାରୀ ସ୍କାମ ବିଷୟରେ ବି ସେମାନଙ୍କୁ ଜଣାଥିଲା । ତାପରେ ବି ଅଧିକାରୀ ମାନେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ତା ସହିତ ସରକାରୀ ଗାଡ଼ିରେ ବି ନଗଦ ଟଙ୍କା ପରିବହନରେ କିଛି ପୁଲିସ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି । ଏ ସମସ୍ତ ଦୁର୍ନୀତି ଚାଲିଥିଲା । ହେଲେ ଅଧିକାରୀ ମାନେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଯାହାକି ଇଡ଼ି ତଦନ୍ତ ପରେ ଘଟଣା ପଦାକୁ ଆସିଛି ।