ଏସିଆନ ଗେମ୍ସ : ଟ୍ରାକରେ ଚମକିଲେ ଓଡିଆ ଝିଅ, ୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ

31

କନକ ବ୍ୟୁରୋ : ଟ୍ରାକରେ ଚମକିଲେ ଓଡିଆ ଝିଅ ଦୂତି ଚାନ୍ଦ । ଏସିଆନ ଗେମ୍ସରେ ୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ । ସେମିଫାଇନାଲରେ ମାତ୍ର ୧୧.୪୩ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଫାଇନାଲରେ ପହଞ୍ଚିଛନ୍ତି ଦୂତି । ଏବେ ପଦକ ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ଓଡିଆ ଧାବିକା ଦୂତି ଚାନ୍ଦ । ଦୂତିଙ୍କ ଫାଇନାଲରେ ପ୍ରବେଶ ସହ ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜିବୀତ ହୋଇଛି ।

ଗତକାଲି ଦୂତି ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିବା ସହ ଟ୍ରାକ ହିଟ-୨ରେ ଶୀର୍ଷରେ ରହି ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ । ତେଣୁ ଫାଇନାଲରେ ଦୂତି ନିଜର ପ୍ରଦର୍ଶନକୁ ଦୋହରାଇବା ସହ ପଦକ ବିଜୟୀ ହୁଅନ୍ତୁ ବୋଲି ଦେଶବାସୀ ଚାହିଁ ବସିଛନ୍ତି । ଏସିଆନ ଗେମ୍ସର ଅଷ୍ଟମ ଦିନରେ ଭାରତୀୟ ପ୍ରତିଯୋଗୀ ମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଭାରତ ଏବେ ମୋଟ ୭ଟି ସ୍ୱର୍ଣ୍ଣ ସହ ୩୧ ପଦକ ହାତେଇବା ସହ ପଦକ ତାଲିକାରେ ୯ମ ସ୍ଥାନରେ ରହିଛି ।