ପର୍ଯ୍ୟଟନ ଋତୁରେ ଚିଲିକା ମଝିରେ ଚାଲିଛି ବିପଦଜନକ ଯାତ୍ରା: ଡଙ୍ଗାରେ ଯାଉଛନ୍ତି ଆବଶ୍ୟକଠୁ ଅଧକ ଯାତ୍ରୀ

425

କନକ ବ୍ୟୁରୋ: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନସ୍ଥଳୀ ଗୁଡିକରେ ମାଳମାଳ ପର୍ଯ୍ୟଟକ । ଚିଲ୍ିକାରେ ମଧ୍ୟ ମା’କାଳିଜାଇଙ୍କ ଦର୍ଶନ କରିବା ସହ ବୋଟିଂ କରିବାକୁ ଲାଗିଛି ଭିଡ । ହେଲେ ଚିଲିକାରେ ଡଙ୍ଗାବୁଡି ନେଇ ଏବେଠାରୁ ପଶିଲାଣି ଛନକା । ମାଳ ମାଳ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ହୋଇଉଠୁଥିବା ବେଳେ ଚିଲିକା ମଝିରେ ଡଙ୍ଗାରେ କରୁଛନ୍ତି ଯାତ୍ରା । ଡଙ୍ଗା ମାଲିକ ବି ବେଫିକର । ଅକାତକାତ ପାଣିରେ ବୁଲାଉଛନ୍ତି ଡଙ୍ଗା । ପଖରେ ନାହିଁ ଲାଇଫ ଜ୍ୟାକେଟ । ଟିକେ ପବନ କି ଅସାବଧାନତା ହେଲେ କିଛି ବି ଅଘଟଣ ଘଟିପାରେ । ଚିଲିକା ମଝିରେ ଏହିଭଳି ଡଙ୍ଗା ବୁଡି ହେଉଛି । ବହୁ ପର୍ଯ୍ୟଟକଙ୍କ ଜୀବନ ମଧ୍ୟ ଯାଇଚି । ହେଲେ ତାପରେ ବି ଏହିଭଳି ଅବହେଳା ହୋଇଚାଲିଛି । ହେଲେ ଏଥିପ୍ରତି ଯେମିତି କାହାର ନିଘା ନାହିଁ । ବାମ୍ବାର ପ୍ରଶାସନ ପକ୍ଷରୁ ଘଟଣା ନେଇ ତାଗିଦ୍ କରାଯାଉଛି । ନା ଶୁଣୁଛନ୍ତି ଡଙ୍ଗା ଚାଳକ ନା ସତର୍କ ହେଉଛନ୍ତି ଲୋକେ । ବାରମ୍ବାର ଏହିଭଳି ଘଟଣା ଘଟିଚାଲିଥିଲେ ବି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ।