ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ । ଦେଖି ଅଟକି ଗଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।

9,206

କନକ ବ୍ୟୁରୋ: ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ । ଏଭଳି ଅଦ୍ଭୁତ ଦୃଶ୍ୟ ଦେଖି ଯାଉଥିବା ବାଟରେ ଅଟକି ଗଲେ ଗଞ୍ଜାମ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଗଞ୍ଜାମ ଓ ଗଜପତି ସୀମାନ୍ତ ସିଦ୍ଧବା ବଡ଼ପଦା ରାସ୍ତାରେ ଏଭଳି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି ।

ସିଦ୍ଧାନ୍ତ ମହାପାତ୍ର ଆଜି ସେହିପଟ ଦେଇ ଯାଉଥିବା ସମୟରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଦେଖି ଗାଡି ଅଟକାଇଥିଲେ । ସ୍ଥାନୀୟ ଲୋକଙ୍କୁ ଏସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟୁତ୍ ଖୁଣ୍ଟ ରାସ୍ତା ଉପରୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ ପ୍ରଶାସନ ଅବା ବିଦ୍ୟୁତ୍ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।