ଭକ୍ତ କାନ୍ଦୁଛି ବଡ ଦାଣ୍ଡରେ ! ଠାକୁରଙ୍କ ଚରଣାମୃତ ପାଇବାକୁ ମିଳିଳାନି ଅନୁମତି, ବିଦେଶୀ ଭଳି ଗୋରା ରଂଗ ପାଇଁ ବାରଣ କଲା ପ୍ରଶାସନ

80

କନକ ବ୍ୟୁରୋ : ଆଜି ସ୍ନାନଯାତ୍ରାରେ ଦେଖିବାକୁ ମିଳିଥିବା ଏକ ଅଭାବନୀୟ ଦୃଶ୍ୟରୁ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଏହି ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରାରେ ଜଣେ ମହିଳା ଭକ୍ତ, ବଡ ଦାଣ୍ଡରେ ଠିଆ ହୋଇ -ଭୋ ଭୋ କାନ୍ଦୁଥିଲେ । ତାଙ୍କର ଏକମାତ୍ର ଇଛା ଥିଲା , ଠାକୁରଙ୍କ ପାଖକୁ ଯିବେ ଏବଂ ଚରଣାମୃତ ପାଇବେ । କିନ୍ତୁ ମହିଳା ଜଣକ ବିଦେଶୀ ଭଳି ଦେଖାଯାଉଥିବାରୁ ତାଙ୍କୁ ଏହି ଅନୁମତି ଦିଆଗଲା ନାହିଁ ବଡଦାଣ୍ଡରେ ଠିଆ ହୋଇ ଦର୍ଶନ କଲେ କିନ୍ତୁ ପ୍ରଶ୍ନ କରୁଥିଲେ , ଠାକୁରଙ୍କ ପାଖକୁ ଯିବା ପାଇଁ ତାଙ୍କୁ କାହିଁକି ଅନୁମତି ମିଳିବ ନାହିଁ ।

ଦଶନ୍ଧି ଦଶନ୍ଧିର ପ୍ରଚଳିତ ପରମ୍ପରା ବନାମ ଜଣେ ଭକ୍ତର ଆବେଗ । ଆଇନ୍ କାନୁନ୍ କହୁଛି ଅଲଗା କଥା କିନ୍ତୁ ଜଣେ ଭକ୍ତ ଚାହେଁ ଭଗବାନଙ୍କ ଆଶୀର୍ବାଦ । ପ୍ରଶ୍ନ ଉଠୁଛି ଏ ପରମ୍ପରାର ପରିବର୍ତ୍ତନ ଆବଶ୍ୟକ କି ?