ଶକ୍ତି ଦେଲା ଶିବସେନା । ଦମ୍ ଦେଖାଇଲେ ଦେବେନ୍ଦ୍ର । ଦ୍ୱିତୀୟଥର ପାଇଁ ‘ପଦ୍ମ’ ପକେଟକୁ ଯାଇପାରେ ମହାରାଷ୍ଟ୍ର ।

362

କନକ ବ୍ୟୁରୋ: ପୁଣି ମହାରାଷ୍ଟ୍ରର ମଙ୍ଗ ଧରିପାରେ ବିଜେପି । ଆଉ ପୁର୍ନବାର ଦେବେନ୍ଦ୍ର ଫଡନଭିସଙ୍କ ଦବଦବା ବଜାୟ ରହିପାରେ ବୋଲି ପ୍ରାଥମିକ ଟ୍ରେଣ୍ଡରୁ ଜଣାପଡୁଛି । ୨୮୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଜେପି-ଶିବସେନା ମେଣ୍ଟ ଦଳ ଆଗୁଆ ଥିବାବେଳେ କଂଗ୍ରେସ ଓ ଏନସିପି ଗଠବନ୍ଧନ ପଛରେ ପଡ଼ିଥିବା ପ୍ରାଥମିକ ଟ୍ରେଣ୍ଡରୁ ଜଣାପଡୁଛି ।

ସବୁଠାରୁ ବଡ଼କଥା ହେଲା, ବିଜେପି ପାଇଁ ୨୦୧୪ ୧୩ତମ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ସାଥ୍ ଦେଇଥିବା ଦେବେନ୍ଦ୍ର ପୁଣିଥରେ ମହାରାଷ୍ଟ୍ରର ମଙ୍ଗ ଧରିପାରନ୍ତି । ଆଉ ସେଥିପାଇଁ ତ ନିର୍ବାଚନର ଠିକ୍ କେଇ ମାସ ପୁର୍ବରୁ ବିଜେପିର ପୁରୁଣା ସାଥି ଶିବସେନା ଶକ୍ତି ଦେବାକୁ ଘୋଷଣା କରିଥିଲା । ଏପରିକି କଂଗ୍ରେସ ସହ ଆଞ୍ଚଳିକ ଦଳ ଏନସିପିର ଗଠବନ୍ଧନକୁ ଦେଖି ବିଜେପି ଚାଣକ୍ୟ ଅମିତ ଶାହା ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବୁଝାସୁଝା କରି ପୁଣି ହାତ ମିଳାଇବାକୁ ଅନୁରୋଧ କରିଥିଲେ । ଯାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି ।

ସେପଟେ ମୋଦି ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପରେ ମହାରାଷ୍ଟ୍ର ପରୀକ୍ଷା ଫଳ ମୋଦିଙ୍କ ପାଇଁ ବଡ଼ ପରୀକ୍ଷା ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି । ତେବେ ମହାରାଷ୍ଟ୍ରର ଭୋଟର ମୋଦିଙ୍କ ଏହି ପଦକ୍ଷେପ ସପକ୍ଷରେ କେତେ ପରିମାଣରେ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ହେବ । ସେହିପରି ମୋଦି ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବା ହେବ ବଡ ପରୀକ୍ଷା । ତେଣୁ ଏହି ରେଜଲ୍ଟରୁ ଭୋଟରଙ୍କ ମୁଡ ଜଣାପଡିବ ।

ଅନ୍ୟପଟେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ପାଇଁ ଏହି ନିର୍ବାଚନର ସମ୍ମାନର ପ୍ରଶ୍ନ । ଦେଶରେ ଆର୍ଥିକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା କଂଗ୍ରେସକୁ କେତେ ଫାଇଦା ଉଠାଇବାରେ ହୁଏତ ପୁଣି କଂଗ୍ରେସ ମାଟିକାମୁଡ଼ି ପାରେ ବୋଲି ପ୍ରାଥମିକ ଟ୍ରେଣ୍ଡରୁ ଜଣାପଡୁଛି । ହେଲେ ଏଗଜିଟ୍ ପୋଲ୍ ସର୍ଭେରେ ଯେଉଁଭଳି ବିଜେପି-ଶିବସେନା ମେଂଟ ମହାନାୟକ ସାଜିଥିଲେ ଠିକ୍ ସେହି ଅଙ୍କ ବର୍ତ୍ତମାନ ଭୋଟ୍ ଗଣତିବେଳେ ଦେଖିବାକୁ ବିଳୁଛି । ଆଉ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ଦ୍ୱିତୀୟଥର ପାଇଁ ମହାରାଷ୍ଟ୍ରରେ ସରକାର ଗଢ଼ିବେ ବୋଲି କୁହାଯାଉଛି ।