ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ଭୁବନେଶ୍ୱରର ୫ ଜାଗାରେ ବିଜେପି କରୁଛି ହରତାଳ

103

କନକ ବ୍ୟୁରୋ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏହାକୁ ବିରୋଧ କରି ଆଜି ଭୁବନେଶ୍ୱରର ବିଜେପି ପକ୍ଷରୁ ୫ ଜାଗାରେ ହରତାଳ କରାଯାଉଛି । ଭୁବନେଶ୍ୱର ଏଜି ଛକ, ଜୟଦେବ ବିହାର, ପଳାଶୁଣି ଛକ, ଖଣ୍ଡଗିରି ଛକ ଏବଂ ସାମନ୍ତରାପୁର ଛକରେ ବିଜେପି ନେତା ବିକ୍ଷୋଭ ସହ ପ୍ରତିବାଦ କରୁଛନ୍ତି । ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ବିଗତ ୧୦ ବର୍ଷ ଅପରାଧ ରାଜ୍ୟରେ ବଢି ବଢି ଚାଲିଛି ।

ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । NCRB ରିପୋର୍ଟ ବାରମ୍ବାର ଏ ତଥ୍ୟ ଦେଇ ଆସିଛି । ଗତ କିଛି ବର୍ଷ ଦେଖିବାକୁ ମିଳୁଛି । ରାଜ୍ୟର ଅଧିକାଂଶ ଅପରାଧରେ ଶାଶକ ଦଳର ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ପୋଲିସର ମଧ୍ୟ ସମ୍ପୃକ୍ତି ରହୁଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି । ନବ ଦାସଙ୍କୁ ଯେଭଳି ହତ୍ୟା କରାଗଲା । ତାହା ବିରଳ। ବିଗତ ୧୫ ଦିନ ଧରି ଖୋଦାତାଳ କରିବା ଦାୟିତ୍ବ ନେଇଛନ୍ତି । ଏହାକୁ ନେଇ କ୍ୟାବିନେଟରେ ଶୋକ ପ୍ରସ୍ତାବ ମଧ୍ୟ ପାରିତ ହେଲା ନାହିଁ ।

ମନ୍ତ୍ରୀଙ୍କ ହତ୍ୟାରେ କ୍ୟାବିନେଟ ଦୁଃଖିତ କି ? ଗତ ୧୫ ଦିନ ଭିତରେ ୧୫ଟି ନୂଆ କାହାଣୀ ଶୁଣିବାକୁ ମିଳୁଛି । ଫିଲ୍ମ କାହାଣୀ ପରି କ୍ରାଇମବ୍ରାଞ୍ଚ କାହାଣୀ ଲେଖୁଛି । ଲୋକ କହୁଛନ୍ତି ଏଭଳି ଶାଷନ ବ୍ୟବସ୍ଥାରେ ଅଶୁରକ୍ଷିତ। ରାଜ୍ୟ ସରକାର ସ୍ଥାଣୁ ପାଲଟି ଯାଇଛି । ବିଜେପି ବାରମ୍ବାର ପ୍ରଶ୍ନ ଉଠାଇଛି । ବିଜେପି କୌଣସି ପରିସ୍ଥିତିରେ ଏହାକୁ ଗ୍ରହଣ କରିବ ନାହିଁ । ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି । ଏ ସରକାର ଯିବାର ଆବଶ୍ୟକତା ରହିଛି ।

ଆସନ୍ତାକାଲି ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ସେହିପରି ୧୬ ତାରିଖରେ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବିରେ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।