ଦିଲ୍ଲୀ ଶ୍ରଦ୍ଧା ୱାଲକର ହତ୍ୟା ମାମଲା: ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଛି ଦିଲ୍ଲୀ ପୁଲିସ

93

କନକ ବ୍ୟୁରୋ: ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ କରିବ ପୁଲିସ । ଏଥିପାଇଁ ଦିଲ୍ଲୀ ପୁଲିସ ୪୦ ଟି ପ୍ରଶ୍ନ ପ୍ରସ୍ତୁତ କରିଛି । ଆସନ୍ତାକାଲି ଅର୍ଥାତ ସୋମବାର ପୁଲିସ ଅଫତାବଙ୍କ ନାର୍କୋ ଟେଷ୍ଟ କରିବ ।

ଏହି ମାମଲାରେ ପୁଲିସ ଦିଲ୍ଲୀ, ମୁମ୍ବାଇ, ଗୁୁରୁଗାଁଓ, ଡେରାଡୁନ ଏବଂ ହିମାଚଳ ପ୍ରଦେଶର କିଛି ଜାଗାକୁ ତଦନ୍ତ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ ପ୍ରମାଣ ଯୋଗାଡ କରିବାକୁ ପୁଲିସ ଲାଗିପଡିଥିବା କୁହାଯାଉଛି । ଏକ୍ସପର୍ଟମାନଙ୍କ ସହାୟତାରେ ନାର୍କୋ ଟେଷ୍ଟ ବେଳେ ଅଫତାବଙ୍କୁ କଣ ପ୍ରଶ୍ନ କରାଯିବ ତାର ଏକ ତାଲିକା ପ୍ରସ୍ତୁତ କରିଛି । ଜଣେ ଅଫିସରଙ୍କ ସୂଚନା ମୁତାବକ ୪୦ ଟି ପ୍ରଶ୍ନ ପୁଲିସ ପ୍ରସ୍ତୁତ କରିଛି ।

ନାର୍କୋ ଟେଷ୍ଟରେ କ’ଣ ରହିବ ପୁଲିସର ପ୍ରଶ୍ନ ?

ତମେ ଶ୍ରଦ୍ଧା ୱାଲକରଙ୍କୁ ଜାଣିଛ ? ସେ ତୁମର ଗାର୍ଲ ଫ୍ରେଣ୍ଡ ଥିଲେ କି ?
ମୁମ୍ବାଇ ଛାଡିବା ପରେ ତୁମେ କେଉଁ÷ଆଡେ ଯାଇଥିଲ?
କ’ଣ ପାଇଁ ହଠାତ୍ ତୁମେ ଦିଲ୍ଲୀ ଛାଡିଥିଲ ?
ଶ୍ରଦ୍ଧାଙ୍କ ସହ ତୁମେ ସମ୍ପର୍କରେ ଥିଲ, ତୁମେ ତାଙ୍କୁ ଭଲ ପାଉଥିଲ?
ବହୁ ସମୟରେ ତୁମେ ଝଗଡା ଲାଗ, ତୁମେ ଶ୍ରଦ୍ଧାଙ୍କୁ ମାଡ ମାର କି?
ଶ୍ରଦ୍ଧା ଏବେ କେଉଁଠି ରହୁଛନ୍ତି ତୁମେ ଜାଣିଛ?
ତୁମେ ଶ୍ରଦ୍ଧାଙ୍କୁ ମାରିଛ କି ?
କେତେବେଳେ ଶ୍ରଦ୍ଧାଙ୍କୁ ହତ୍ୟା କଲ ?
କାହିଁକି ତୁମେ ତାଙ୍କୁ ହତ୍ୟା କଲ ?
କେମିତି ତୁମେ ଶ୍ରଦ୍ଧାଙ୍କୁ ହତ୍ୟା କଲ, ତାଙ୍କ ତଂଟି ଚିପିଦେଇଥିଲ କି ?
ତୁମେ ଶ୍ରଦ୍ଧାର ଶରୀରକୁ କାଟି ଖଣ୍ଡ ଖଣ୍ଡ କରିଥିଲ କି ?
କେଉଁଠାରେ ଶ୍ରଦ୍ଧାଙ୍କ ଖଣ୍ଡ ଖଣ୍ଡ ଶରୀରକୁ ପକାଇଛ ?
ଶ୍ରଦ୍ଧାଙ୍କ ଶରୀରକୁ ପକାଇବାକୁ କେତେ ଥର ବାହାରକୁ ଯାଇଛ ?
ତୁମେ ନିସା ସେବନ କର କି ?
ତୁମେ ଗଞ୍ଜେଇ ଖାଅ କି ?
ହତ୍ୟା କରିବା ଦିନ ତମେ ନିସା ଖାଇଥିଲ କି ?
ଶ୍ରଦ୍ଧାଙ୍କୁ ହତ୍ୟା କରିବା ଦିନ ତୁମେ ମଦ ପିଇଥିଲ କି ?
ତୁମେ ଶ୍ରଦ୍ଧାଙ୍କୁ ମିସ୍ କରୁଛ, ନିଜକୁ ଦୋଷୀ ଭାବୁଛ କି ?
ଶ୍ରଦ୍ଧାଙ୍କ ହତ୍ୟା ପରେ କେତେ ଜଣ ଝିଅଙ୍କ ସହ ଡେଟରେ ଯାଇଛ ?
କ’ଣ ରହିବ ପୁଲିସର ପ୍ରଶ୍ନ ?