ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା । ନଭେମ୍ବର ୧୧ରୁ ପ୍ରାକ୍ଟିକାଲ । ନଭେମ୍ବର ୨୩ରୁ ୩୦ ହେବ ଥିଓରି ପରୀକ୍ଷା । 

702

କନକ ବ୍ୟୁରୋ: ଆସନ୍ତା ନଭେମ୍ବର ୨୩ରୁ ନଭେମ୍ବର ୩୦ ତାରିଖ ଯାଏଁ ହେବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା । ଏନେଇ ଆଜି ବୋର୍ଡ ଅଫିସରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି । ତେବେ ନଭେମ୍ବର ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଏହାପରେ ଥିଓରି ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଛନ୍ତି । ଏହି ପରୀକ୍ଷା ରାଜ୍ୟର ୩୦୨୯ଟି ପରୀକ୍ଷା କେନ୍ଦ୍ରରେ କରାଯିବ । ଏଥିପାଇଁ ଆଜିଠାରୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ସୂଚନା ଦିଆଯାଇଛି ।