ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍ ମାମଲା: ତାରିଖ ପରେ ତାରିଖ ଗଡ଼ୁଛି, କୋର୍ଟରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି

166

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା ଏବେ କୋର୍ଟରେ ବିଚାରାଧୀନ । ଏହି ମାମଲାରେ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଅନ୍ୟ ଅଭିଯୁକ୍ତ । ତେବେ ପିଏମଏଲଏ ସ୍ୱତନ୍ତ୍ର କୋର୍ଟରେ ତାରିଖ ପରେ ତାରିଖ ଗଡୁଥିଲେ ବି ଶ୍ରଦ୍ଧାଞ୍ଜଳି ହାଜର ହେଉନଥିବାରୁ କୋର୍ଟରୁମରେ ପ୍ରଶ୍ନ ଉଠାଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପବ୍ଲିକ ପ୍ରସ୍ୟୁକ୍ୟୁଟର ।

ପିପି ନିଜ ଯୁକ୍ତିରେ କହିଛନ୍ତି, ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା କାହିଁକି କୋର୍ଟରେ ହାଜର ହେଉନାହାନ୍ତି ? ତାଙ୍କୁ ଆଉ ବେଶୀ ସମୟ ନ ଦିଆଯାଉ ।
ଶ୍ରଦ୍ଧାଞ୍ଜଳିଙ୍କ ଓକିଲ—ସିଆରପିସି(୨୦୫) କହୁଛି ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ କାମ ଥିବାରୁ ସେ ବ୍ୟକ୍ତିଗତ ଭାବେ ହାଜର ନ ହେଲେ ମଧ୍ୟ ତାଙ୍କ ଓକିଲ ତାଙ୍କ ପାଇଁ ପକ୍ଷ ରଖିପାରିବେ । ଏ ନେଇ ହାଇକୋର୍ଟ ଶ୍ରଦ୍ଧାଞ୍ଜଳିଙ୍କ କ୍ଷେତ୍ରରେ ନିର୍ଦ୍ଦେଶ ଦେଇଥିଲେ ବି ମାର୍ଚ୍ଚ ୨୧ରେ ଏହାକୁ ଖାରଜ କରାଯାଇଥିଲା । ଏହାର ପୁଣି ଶୁଣାଣି ପାଇଁ ଗତ ୧୯ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାର ନକଲ କୋର୍ଟରେ ଦାଖଲ କରାଯାଇଛି ।

ଶୁଣାଣିର ପ୍ରସ୍ତୁତି ପାଇଁ ସମୟ ମାଗୁଛନ୍ତି ଶ୍ରଦ୍ଧାଞ୍ଜଳିଙ୍କ ଓକିଲ । ତେଣୁୁ କାହିଁକି ସମୟ ଗଡାଇବା ସହ କୋର୍ଟର ସମୟକୁ ନଷ୍ଟ କରୁଛନ୍ତି ? ଆଉ ଅଧିକ ସମୟ ଦିଆନଯାଉ ।
ପିପି-ଶ୍ରଦ୍ଧାଞ୍ଜଳିଙ୍କ ଓକିଲ-ଆମକୁ ଆଉ ୧୦ ଦିନ ସମୟ ଦିଆଯାଉ ।

ଏହି ସବୁ ଯୁକ୍ତିକୁ ନେଇ ମାନ୍ୟବର କୋର୍ଟ କହିଛନ୍ତି ମଙ୍ଗଳବାରଦିନ ଏହି ମାମଲା ଉପରେ ଶୁଣାଣି କରାଯିବ ।
ଅନ୍ୟପଟେ ଅର୍ଚ୍ଚନାଙ୍କୁ ଜେଲରେ ପଚରାଉଚରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଆବେଦନ କରିଛନ୍ତି । ଏହାସହିତ ଜବତ ହୋଇଥିବା ନାଗ-ଚାନ୍ଦ ଦମ୍ପତିଙ୍କ ଇଲେକ୍ରୋଟନିକ ଗେଜେଟ ସିଏଫଏସଲକୁ ପଠାଯାଇଛି ।