ଆଜି ଦ୍ୱିତୀୟା ଓଷା : କଟକ ଗଡଚଣ୍ଡୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

59

କନକ ବ୍ୟୁରୋ : ଆଜି ଦ୍ୱିତୀୟା ଓଷା । କଟକ ଗଡ଼ଚଣ୍ଡି ମନ୍ଦିରରେ ଦ୍ୱିତୀୟା ଓଷାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଏହି ମନ୍ଦିରଟି ଯେତିକି ପୁରୁଣା ସେହିଭଳି ଏଠାରେ ରୀତିନୀତି ପରମ୍ପରା ମଧ୍ୟ ସେତିକି ପୁରୁଣା । ଓଷା ବ୍ରତ ହେଲେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ବିଶ୍ୱାସ ଅଛି ଏଠାରେ ମାନସୀକ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ମା’ ଗଡ଼ଚଣ୍ଡୀ ଭକ୍ତର ଡ଼ାକ ଶୁଣନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି ।