ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହେଲେ ଜଣେ ମହିଳା , ଜାଣନ୍ତୁ କେଉଁ ମହିଳାଙ୍କୁ ମିଳିଲା ଏଭଳି ପଦବୀ

359

କନକ ବ୍ୟୁରୋ : ଦେଶର ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ବୀ କଲାଇସେଲବୀଙ୍କ ବୈଜ୍ଞାନିକ ଏବଂ ଉଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ସୂଚନା ଥାଉକି ସିଏସଆଇଆର ହେଉଛି ସାରା ଦେଶରେ ୩୮ ଟି ଅନୁସନ୍ଧାନ ସଂସ୍ଥାର ଏକ ସଂଘ । କେନ୍ଦ୍ର କର୍ମଚାରୀ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଦିନ ଜାରି କରାଯାଇଥିବା ଏକ ଆଦେଶ ମୁତାବକ ନାଲ୍ଲାଥମ୍ବୀଙ୍କୁ ଶେଖର ମାଣ୍ଡେଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଶେଖର ମାଣ୍ଡେ ଏପ୍ରିଲ ମାସରେ ଅବସର ନେଇଥିଲେ । ଏହାପରେ ତାଙ୍କ ସ୍ଥାନରେ ଜୈବପ୍ରଦ୍ୟୋଗିକ ବିଭାଗର ସଚିବ ରାଜେଶ ଗୋଖଲେଙ୍କୁ ଅତିରିକ୍ତ ଦାୟୀତ୍ୱ ଦିଆଯାଇଥିଲା । ସେପଟେ ଲିଥିୟମ ଓ ଆଇରନ ବ୍ୟାଟେରୀ କ୍ଷେତ୍ରରେ ନିଜ କାମକୁ ନେଇ ସୁଖ୍ୟାତି ଅର୍ଜନ କରିଥିବା ନଲ୍ଲାଥମ୍ବୀ ଏହା ପୂର୍ବରୁ ତାମିଲନାଡୁର କରଇକୁଡ୍ଡୀ ଠାରେ ଥିବା ସିଏସଆଇଆର –କେନ୍ଦ୍ରୀୟ ବିଦ୍ୟୁତ୍ ରାଶାୟନିକ ଅନୁସନ୍ଧାନ ସଂସ୍ଥାନର ନିର୍ଦ୍ଦେଶକ ଥିଲେ ।

କେବଳ ସେତିକି ନୁହେଁ ନଲ୍ଲାଥାମ୍ବୀ ସିଏସଆଇଆରର ମହାନିର୍ଦ୍ଦେଶକ ପଦ ସହ ଔଦ୍ୟୋଗିକ ଅନୁସନ୍ଧାନ ବିଭାଗର ସଚିବ ଭାବେ ମଧ୍ୟ ଦାୟୀତ୍ୱ ତୁଲାଇବେ ବୋଲି କୁହାଯାଇଛି । ତାଙ୍କୁ ୨ ବର୍ଷ ପାଇଁ ଏହି ପଦରେ ନିଯୁକ୍ତି ଦିଆଯାଇଛି ।

ସୂଚନା ଥାଉକି, ନଲ୍ଲାଥମ୍ବୀ ଦୀର୍ଘ ୨୫ ବର୍ଷ ହେବ ଅନୁସନ୍ଧାନ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ସେ ବିଦ୍ୟୁତ୍ ରାଶାୟନିକ ଶକ୍ତି ପ୍ରଣାଳୀ ଉପରେ ବିଶେଷ ଭାବେ କାର୍ଯ୍ୟ କରୁଛନ୍ତି । ସେ ଏବେ ଲିଥିୟମ, ଆୟନ, ସଲଫର ବ୍ୟାଟେରୀ ଓ ସୁପରଫସପେଟର ବିକାଶ ଉପରେ କାର୍ଯ୍ୟ ଜାରି ରଖିଛନ୍ତି ।