ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ।

89

କନକ ବ୍ୟୁରୋ: ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଧ୍ୟରାତିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାବତରଣ କରିଛନ୍ତି । ଏଥିପାଇଁ ଚର୍ଚ୍ଚଗୁଡିକ ଆକର୍ଷଣୀୟ ଆଲୋକମାଳାରେ ସଜେଇ ହୋଇଛି । ପ୍ରଭୁ ଯୀଶୁଙ୍କ ପାଇଁ ପ୍ରାର୍ଥନା ଚାଲିଛି । ପୂର୍ବଥର ବିଭିନ୍ନ କଟକଣା ମଧ୍ୟରେ ବଡ଼ଦିନ ପାଳନ ହୋଇଥିବା ବେଳେ ଚଳିତଥର ସେମିତି କିଛି କଟକଣା ନଥିବାରୁ ବହୁତ ଭଲରେ ଚର୍ଚ୍ଚ ଏବଂ ଘର ଗୁଡିକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ସହ ଧୁମଧାମରେ ପାଳନ ପ୍ରସ୍ତୁତି ହେଉଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ଏଥିପାଇଁ ଚର୍ଚ୍ଚଗୁଡିକ ସୁନ୍ଦର ଆଲୋକମାଳାରେ ସଜ୍ଜିତ ହୋଇଛନ୍ତି ।