କଂଗ୍ରେସ ନେତା ଜୟରାମ ରମେଶଙ୍କ ସଂଗୀନ ଅଭିଯୋଗ । ଫଳାଫଳ ପୂର୍ବରୁ ଦେଢଶହ ଜିଲ୍ଲାପାଳଙ୍କୁ ଫୋନ କରି ଧମକ ଦେଇଛନ୍ତି ଅମିତ୍ ଶାହା

588

କନକ ବ୍ୟୁରୋ : ଭୋଟ ଗଣତି ପୂର୍ବରୁ କଂଗ୍ରେସ-ବିଜେପି ବିବାଦ ମଧ୍ୟରେ ମୁଣ୍ଡ ପୁରାଇଛି ଇସି । ବିବାଦୀୟ ବୟାନକୁ ନେଇ କଂଗ୍ରେସ ନେତା ଜୟରାମ ରମେଶଙ୍କୁ ରବିବାର ନୋଟିସ୍ ଜାରି କରିଛନ୍ତି ନିର୍ବାଚନ କମିଶନ । ଅମିତ ଶାହା ୧୫୦ ଜିଲ୍ଲାପାଳଙ୍କୁ ଫୋନ କରି ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଥିଲେ ଜୟରାମ । ଯାହା ଉପରେ ଜବାବ ମାଗିଛନ୍ତି ନିର୍ବାଚନ କମିଶନ । ଏହି ଅଭିଯୋଗ ସମ୍ପର୍କୀତ ପୁରା ତଥ୍ୟ ରବିବାର ସନ୍ଧ୍ୟା ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସି । ଇସି ଜାରି କରିଥିବା ନୋଟିସ୍ କହିଛନ୍ତି, କୋଣସି ଜିଲ୍ଲାପାଳ ଅବା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ କାହା ଦ୍ୱାରା ପ୍ରଭାବିତ ନୁହଁନ୍ତି । ଏକ ଜାତୀୟ ପାର୍ଟିର ବରିଷ୍ଠ ଏବଂ ଉତରଦାୟୀ ନେତା ଭାବେ ଜନସାଧାରଣ ଆଗରେ ଭୋଟ ଗଣତି ପୁର୍ବରୁ ଏହା ଉପରେ ତଥ୍ୟ ଦେବା ଆବଶ୍ୟକ । ଶନିବାର ଜୟରାମ କହିଥିଲେ ୧୫୦ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ଙ୍କୁ ଅମିତ ଶାହା ଫୋନ କରିଥିବା ଦାବି କରିଥିଲେ । ପରାଜୟ ଭୟରେ ବିଜେପି ହତାଶ ହୋଇପଡିଛି ।