ଭୋଟ ଗଣତି ପୂର୍ବରୁ କଂଗ୍ରେସର ମେଗା ରଣନୀତି । ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବୈଠକ, ଏକଜିଟ୍ ପୋଲକୁ ରାହୁଲ କହିଲେ ମୋଦୀ ମିଡିଆ ପୋଲ

141

କନକ ବ୍ୟୁରୋ : ଭୋଟ ଗଣତି ପୂର୍ବରୁ କଂଗ୍ରେସର ମେଗା ରଣନୀତି । ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଦିଲ୍ଲୀରେ ବସିଛି କଂଗ୍ରେସର ବୈଠକ । ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ସୂଚନା ଅନୁସାରେ ଦଳ ନିଜର ସମସ୍ତ ପ୍ରାର୍ଥୀଙ୍କ ସହ ଭର୍ଚୁଆଲ ବୈଠକ କରିଛି । ପୋଲ ଫଳାଫଳ, ସମ୍ଭାବ୍ୟ ସରକାର ଗଠନ, ଜାତୀୟ ରାଜନୈତିକ ସ୍ଥିତି, ବିଭିନ୍ନ ରାଜ୍ୟର ଫଳାଫଳକୁ ଦୃଷ୍ଟିରେ ରଖି ବୈଠକରେ ଚର୍ଚ୍ଚା କରାଯାଇଛି । ଫଳାଫଳ ପ୍ରକାଶ ଦିନ ପାଇଁ ଦଳ ପକ୍ଷରୁ କର୍ମୀ, ପ୍ରାର୍ଥୀଙ୍କୁ କିଛି ନିର୍ଦ୍ଦେଶନାମା ଦିଆଯାଇଛି । ତେବେ ବୈଠକ ପରେ ଏଗଜିଟ ପୋଲକୁ ନେଇ ଯେବେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା । ରାହୁଲ କହିଥିଲେ କି ଏହା ଦେଶର ଏଗଜିଟ ପୋଲ ନୁହେଁ ଏହା ହେଉଛି ମୋଦୀ ମିଡିଆ ପୋଲ ।