ଦକ୍ଷିଣ ଭାରତରେ ବଦଳୁଛି ମତଦାତାଙ୍କ ମୁଡ । ୫ ରାଜ୍ୟରେ କମାଲ କରିପାରେ ମୋଦୀ ମ୍ୟାଜିକ୍

212

କନକ ବ୍ୟୁରୋ : ୨୦୨୪ ନିର୍ବାଚନରେ ବିଜେପି ପାଇଁ ଦକ୍ଷିଣ ଭାରତ ବେଶ ଚ୍ୟାଲେଂଜି ରହିଥିଲା । ଅନ୍ୟପଟେ ଇଣ୍ଡି ମେଂଟ ପାଇଁ ଅନ୍ୟତମ ମଜବୁତ ଜୋନ ଥିଲା । ୪ଜୁନର ନିର୍ଣ୍ଣାୟକ ଫଳାଫଳ ପୂର୍ବରୁ ଆଶ୍ଚର୍ଯ୍ୟ କରିଛି ଏଗଜିଟ ପୋଲ । ବିରୋଧୀ ମେଂଟର ଆଶାକୁ ଧୁଳିସାତ କରି ଦକ୍ଷିଣଭାରତରେ ଦେଖିବାକୁ ମିଳିପାରେ ମୋଦୀ ମ୍ୟାଜିକ । ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡୁରେ ଖାତା ଖୋଲିବା ସହ ଦଳ ତେଲେଙ୍ଗାନା ଓ କର୍ଣ୍ଣାଟକରେ ଗତଥର ଅପେକ୍ଷା ଭଲ ପ୍ରଦର୍ଶନ କରିପାରେ ।

ଦକ୍ଷିଣ ଭାରତର ୫ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳରେ ମୋଟ ୧୩୧ ଲୋକସଭା ଆସନ ରହିଛି । କର୍ଣ୍ଣାଟକର ୨୮, ତେଲେଙ୍ଗାନାର ୧୭, ଆନ୍ଧ୍ରର ୨୫, ତାମିଲନାଡୁର ୩୯, କେରଳର ୨୦, ପୁଡ୍ଡୁଚେରୀ ଓ ଲାକ୍ଷାଦ୍ୱୀପର ଗୋଟିଏ ଲେଖାଏଁ ଆସନ ରହିଛି । ଏଗଜିଟ ପୋଲ କହୁଛି ଏଥରକ ବିଜେପି ୨୦୧୯ ତୁଳନାରେ ବେଶ ଭଲ ପ୍ରଦର୍ଶନ କରିବ । ବିଜେପି ନେତୃତାଧୀନ ଏନଡିଏକୁ ୨୦୧୯ରେ କେବଳ ୨୯ ଆସନ ମିଳିଥିବାବେଳେ ଏଥରକ ୪୪ ଆସନ ମିଳିପାରେ ।

ଦକ୍ଷିଣ ଭାରତରେ ବିଜେପିର ଆସନ ବଢ଼ିବା ସହ କେରଳ ଏବଂ ତାମିଳନାଡୁରେ ଖାତା ଖୋଲିବା ପଛରେ ୪ଟି ମୁଖ୍ୟ କାରଣ ରହିଥିବା ରାଜନୈତିକ ବିଶାରଦ କହିଛନ୍ତି ।

ଦକ୍ଷିଣରେ ମୋଦୀ ମ୍ୟାଜିକ
-ଆନ୍ଧ୍ରରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର
-କେରଳରେ ବଡ ଚେହେରାଙ୍କୁ ଟିକେଟ
-ତାମିଲନାଡୁରେ ୬ ଆଂଚଳିକ ଦଳଙ୍କ ସହ ମେଂଟ
-କର୍ଣ୍ଣାଟକରେ ଜେଡିଏସ ସହ ମେଂଟ
-ତେଲେଙ୍ଗାନାରେ ବିଜେପିକୁ ସୁହାଇଛି ଟିଡିପି ସହ ମେଂଟ

ଦକ୍ଷିଣଭାରତରେ ବିଜେପି ସ୍ଥିତିକୁ ନେଇ ଏଗଜିଟ ପୋଲ ଉପରେ କ’ଣ କହୁଛି ନଜର ପକାଇବା

କ’ଣ କହୁଛି ଏଗଜିଟ ପୋଲ?
ରାଜ୍ୟ ମୋଟ ଆସନ ବିଜେପି
ଆନ୍ଧ୍ରପ୍ରଦେଶ ୨୫ ୪-୬
ତେଲେଙ୍ଗାନା ୧୭ ୮-୧୦
କେରଳ ୨୦ ୧-୩
ତାମିଲନାଡୁ ୩୯ ୫-୭
କର୍ଣ୍ଣାଟକ ୨୮ ୧୮-୨୪

ଦକ୍ଷିଣଭାରତରେ ନିଜକୁ ବିସ୍ତାର ପାଇଁ ବିଜେପି ଏଥରକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ।ପ୍ରଧାନମନ୍ତ୍ରୀ ମୋଦୀଙ୍କଠୁ ନେଇ ଦଳର ଅନେକ ହେଭିୱେଟ ନେତା ମାରାଥନ ପ୍ରଚାର କରିଥିଲେ । ୧୨୦ଘଂଟାର ଲଗାତାର ରୋଡ ଶୋ ଓ ରାଲି ମଙ୍ଗ ଧରିଥିଲେ ନିଜେ ପ୍ରଧାନମନ୍ତ୍ରୀ । ଯାହାର ଲାଭ ଏଥରକ ମିଳିବାକୁ ଯାଉଥିବା ଏଗଜିଟ ପୋଲରୁ ସ୍ପଷ୍ଟ ହେବାର ଲାଗିଛି ।