ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳିତ । ଚିତ୍ରାଙ୍କନ ପ୍ରତିଯୋଗିତା ଜରିଆରେ ଛାତ୍ରଛାତ୍ରୀଙ୍କୁ କରାଗଲା ପୁରସ୍କୃତ ଓ ସମ୍ବର୍ଦ୍ଧିତ ।

32

କନକ ବ୍ୟୁରୋ : ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ବସନ୍ତପୁର ଦ୍ୱାରା ବିଶିଷ୍ଟ ସାଇ ଭକ୍ତ ତଥା ସାଇ ଆଧ୍ୟାତ୍ମିକ ଚେତନା ଏବଂ ଦର୍ଶନକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପୂଜ୍ୟ ଗୁରଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳନ ଅବସରରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ଶ୍ରୀ ଜଗନ୍ନାଥ ଓ଼ ଶ୍ରୀ ସାଇନାଥଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା ୟୁନିଟ-୩, କେଶରୀ ହଲ ପଛପଟ ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓୟୁଟିଆର ରେଜିଷ୍ଟ୍ରର ରେଣୁପ୍ରଭା ନାୟକ ପ୍ରଭୁତି ଅତିଥି ଭାବେ ଯୋଗଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ରୁଦ୍ର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବାସହ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଅତିଥିମାନଙ୍କୁ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରର ବିଭିନ୍ନ ସ୍କୁଲରୁ ପାଞ୍ଚଶହରୁ ଉର୍ଦ୍ଧ ସ୍କୁଲ ଛାତ୍ର ଛାତ୍ରୀ ଯୋଗଦାନ କରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଗୀତିକାର ଜ୍ଞାନ ମହାନ୍ତି, ସଂଗୀତ ଶିକ୍ଷକ ଅମିତାଭ ସାହୁ, ଟ୍ରଷ୍ଟ ସଦସ୍ୟ ଟୁନା ସାହୁ, ଚିତ୍ର ଶିଳ୍ପୀ ସତ୍ୟ ଶେଖର ପରିଡା, ଅମିତ ଦାସ ପ୍ରଭୁତି କାର୍ଯ୍ୟକ୍ରମକୁ ପରିଚାଳନ କରିଥିବା ବେଳେ ଟ୍ରଷ୍ଟର ସମ୍ପାଦକ ସୁନୀଲ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀମତୀ ପୂର୍ଣ୍ଣିମା ପଟ୍ଟନାୟକ ସଂଗୀତ ପରିବେଷଣ କରିଥିଲେ ।