ବିବାଦରେ କ୍ରାଇମବ୍ରାଂଚ୍ ଡିଜି ବିକେ ଶର୍ମା ! ଡ୍ୟୁଟିରେ ଥାଇ କିଭଳି ନିୟମିତ କରୁଥିଲେ ଲ କ୍ଲାସ୍

42

କନକ ବ୍ୟୁରୋ : ବିବାଦରେ କ୍ରାଇମବ୍ରାଂଚ ସ୍ପେଶାଲ୍ ଡିଜି ବି.କେ. ଶର୍ମା । ଡ୍ୟୁଟିରେ ଥାଇ ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ କଲେଜରେ ନିୟମିତ କ୍ଲାସ୍ କଲେ କିଭଳି? ଚଂଚକତା କରି ଶ୍ରୀ ଶର୍ମା ୨୦୧୧ରୁ ୨୦୧୪ ଭିତରେ ଆଇନ କ୍ଲାସରେ ୭୫ରୁ ୮୫ ପ୍ରତିଶତ ପର୍ଯ୍ୟନ୍ତ ଉପସ୍ଥିତ ଥିବା ଅଭିଯୋଗ ରହିଛି । ଆରଟିଆଇରୁ ମିଳିଥିବା ଏହି ତଥ୍ୟ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବି.କେ.ଶର୍ମାଙ୍କ ବିରୋଧରେ ତଦନ୍ତ କରିବାକୁ ଫେବ୍ରୁଆରୀ ୮ ତାରିଖରେ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିକେ ଶର୍ମା ଆଇନରେ ସର୍ବୋଚ୍ଚ ମାର୍କ ରଖି ୨୦୧୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ସ୍ୱର୍ଣ୍ଣ ପଦକ ପାଇଥିଲେ । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଆଧାରରେ ଶ୍ରୀ ଶର୍ମା ଉପସ୍ଥାନ ନେଇ ଚଂଚକତା କରିଥିବା ଅଭିଯୋଗ ଆଣିଥିଲେ ସୂଚନାଧିକାର କର୍ମୀ ଜୟନ୍ତ ଦାସ । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ତଦନ୍ତ ପାଇଁ ରାଜ୍ୟ ଗୃହ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।