ପୁଣି ଚିନ୍ତା ବଢାଇଲାଣି ଦେଶର କରୋନା ସଂକ୍ରମଣ : ୧୧ ସପ୍ତାହ ପରେ ୩୫% ବଢିଲା ଭାରତର ସାପ୍ତାହିକ ସଂକ୍ରମଣ

255

କନକ ବ୍ୟୁରୋ : ପୁଣି ଚିନ୍ତା ବଢାଇଲାଣି ଦେଶର କରୋନା ସଂକ୍ରମଣ । ୧୧ ସପ୍ତାହ ପରେ ଦେଶରେ ସାପ୍ତାହିକ କରୋନା ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ପାଇଛି । ଦିଲ୍ଲୀ, ହରିଆଣା ଏବଂ ଉତରପ୍ରଦେଶରେ ସଂକ୍ରମଣ ବଡୁଥିବାରୁ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଇଛି । କିନ୍ତୁ ମୋଟ ଉପରେ ଦେଶରେ ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି । ଏପ୍ରିଲ ୧୧ ରୁ ୧୭ ମଧ୍ୟରେ ଦେଶରେ ମୋଟ ୬ ହଜାର ୬୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଯାହା ଗତ ସପ୍ତାହରେ ୪ ହଜାର ୯୦୦ ଥିଲା । କିନ୍ତୁ କରୋନା ମୃତ୍ୟୁ ହାର ଲଗାତାର ଭାବେ କମିବାରେ ଲାଗିଛି । ଚଳିତ ସପ୍ତାହରେ ମାତ୍ର ୨୭ ଜଣଙ୍କ ଜୀବନ ନେଇଛି କରୋନା । ଗତ ଦୁଇ ବର୍ଷ ମଧ୍ୟରେ କରୋନା ମୃତ୍ୟୁ ହାର ସବୁଠୁ କମ ରହିଛି । ଗତ ୧୫ ଦିନରେ ଦିଲ୍ଲୀରେ କୋଭିଡ ସଂକ୍ରମଣ ହାର ୫ଗୁଣା ବଢିଯାଇଛି । ଯଦିଓ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କମ ରହିଛି, କିନ୍ତୁ ହେଳା ହେଲେ ଆଗକୁ ସ୍ଥିତି ଜଟିଳ ହେବାର ନଜିର ସମସ୍ତେ ଦେଖି ସାରିଛନ୍ତି । ତେଣୁ ସ୍ଥିତିକୁ ଦେଖି ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ସହ ଟେଷ୍ଟିଂ ବଢାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।