କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ୭୮ ମୃତଦେହ ଚିହ୍ନଟ, ପରିବାରକୁ ହସ୍ତାନ୍ତର କରାଯିବ ମୃତଦେହ

578

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୭୮ଟି ମୃତଦେହ ଚିହ୍ନଟ କରାଯାଇଛି । ୨୭୫ଟି ମୃତଦେହ ମଧ୍ୟରୁ ୭୮ଟି ଚିହ୍ନଟ କରିଛନ୍ତି ପରିବାର । ଚିହ୍ନଟ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରଥମେ ୧୦ଟି ମୃତଦେହ ହସ୍ତାନ୍ତର କରାଯିବ । ବାକି ୧୮୭ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ହସ୍ପିଟାଲରେ ୩୮୨ ଆହତଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ଯୋଗାଇଦେବେ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।