ମଣିପୁରରେ ସାନି ହିଂସା : ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଉପଦ୍ରବକାରୀ; ଲୁଟିନେଲେ ୪ ହଜାର ଅସ୍ତ୍ରଶସ୍ତ୍ର

109

କନକ ବ୍ୟୁରୋ : ମଣିପୁରରେ ପୁଣି ହିଂସା । ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ଏହା ସହ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । ଏହା ପୂର୍ବରୁ ବିଷ୍ଣୁପର ଜିଲ୍ଲାର ଅନେକ ସ୍ଥାନରେ ଗୁଳିମାଡ ପରେ ସ୍ଥିତି ଉତେଜନାପୂର୍ଣ୍ଣ ରହିଥିଲା । ବିଷ୍ଣୁପୁରରେ ଉପଦ୍ରବକାରୀ ଜଣେ ପୋଲିସ ଅଧୀକାରୀଙ୍କୁ ହତ୍ୟା କରିବା ସହ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଏପରିକି ସ୍ୱୟଂଚାଳିତ ବନ୍ଧୁକ ମଧ୍ୟ ଲୁଟି ନେଇଛନ୍ତି ।

ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କିରେନଫାବି ଏବଂ ଥଙ୍ଗଲାବାଇରେ ଥିବା ପୋଲିସ ଷ୍ଟେସନ୍ ଉପରେ ଆକ୍ରମଣ କରିଥିଲେ । ସେଠାରୁ ସେମାନେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ । ଏହା ସହ ୫ ଲକ୍ଷ ରାଉଣ୍ଡର ଗୁଳିଗୋଳା ଲୁଟ୍ କରିନେଇଛନ୍ତି । ପୋଲିସ କୌଟୁକ ହିଲ୍ ରେଞ୍ଜରେ ଅଭିଯାନ ଚଲାଇ ୬ ବେଆଇନ ବଙ୍କରକୁ ନଷ୍ଟ କରିଛି । ଏହି ବଙ୍କରକୁ କେଉଁ ସମୁଦାୟ ପକ୍ଷରୁ ନିର୍ମାଣ କରାଯାଇଥିଲା ସେନେଇ ସୂଚନା ଦିଆଯାଇନାହିଁ ।

ରାଜ୍ୟର ବିଭିନ୍ନ ସ୍ଥାନରେ ୧୨୯ଟି ଚେକ୍ ପଏଂଟ କରାଯାଇଛି । ମଣିପୁର ହିଂସା ମାମଲାରେ ପ୍ରାୟ ୧ ହଜାର ୪୦ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । କୁକି ଓ ମୈତେଇ ସମୁଦାୟ ଭିତରେ ୯୧ ଦିନ ଧରି ହିଂସା ଚାଲିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । ହିଂସାରେ ବର୍ତମାନ ସୁଦ୍ଧା ୧୬୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି । ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ।