ବିବାଦୀୟ ସିଦ୍ଧୁ ମୁସେବାଲା । ବିବାଦୀୟ ଗାୟକଙ୍କର ପୂରା କାହାଣୀ ପଢନ୍ତୁ ..

287

କନକ ବ୍ୟୁରୋ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୧୯୯୩ ଜୁନ ୧୭ ତାରିଖରେ ସିଦ୍ଧୁ ମନସା ଜିଲ୍ଲାର ମୁସା ବାଲା ଗାଁରେ ଜନ୍ମ ହୋଇଥିଲେ । ପଞ୍ଜାବର ଜଣେ ଚର୍ଚ୍ଚିତ ଗାୟକ ଭାବେ ତାଙ୍କର ବେସ ପରିଚୟ ଥିଲା । ଅନେକ ଫ୍ୟାନ୍ସ ତାଙ୍କର ଦିୱାନା ଥିଲେ । ସିଦ୍ଧୁଙ୍କ ମାଆ ତାଙ୍କ ଗାଁର ସରପଞ୍ଚ ଥିଲେ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ ପରେ ସେ ସଙ୍ଗୀତ କ୍ଷେତ୍ରରେ ପାଦଥାପିଥିଲେ । କଲେଜ ସମୟରୁ ହିଁ ସେ ଗୀତ ଗାଉଥିଲେ ଏବଂ ପରେ ସେ କାନାଡା ବି ଯାଇଥିଲେ ।

ସିଦ୍ଧୁ ମୁସେବାଲା ପଞ୍ଜାବର ସବୁଠାରୁ ବିବାଦୀୟ ଗାୟକ ଥିଲେ । ସେ ସର୍ବସାଧାରଣ ସ୍ଥାନରେ ବନ୍ଧୁକ ଦେଖାଇବାର ପରମ୍ପରା ଆରମ୍ଭ କରିଥିଲେ । ଉତ୍ତେଜିତ ଗୀତରେ ସେ ଗ୍ୟାଙ୍ଗଷ୍ଟାର ମାନଙ୍କ ଗୁଣଗାନ କରୁଥିଲେ । ୨୦୧୯ ସେପ୍ଟେମ୍ବରରେ ତାଙ୍କର ଗୋଟିଏ ଗୀତ ରିଲିଜ ହୋଇଥିଲେ । ଗୀତର ନାଁ ଥିଲା ଜଟ୍ଟି ଜିୟୋନେ ମୋଡ ଦି ଗନ୍ଧୁକ ବର୍ଗି । ଏଥିରେ ୧୮ଶ ଶତାବ୍ଧୀରେ ଶିଖ ଯୋଦ୍ଧା ମାଇ ଭାଗୋଙ୍କ ସମ୍ପର୍କରେ ଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ତାଙ୍କ ଉପରେ ଏହି ଶିଖ ଯୋଦ୍ଧାଙ୍କ ଛବି ଖରାପ କରି ଦେଖାଇବାର ଅଭିଯୋଗ ଲାଗିଥିଲା । ପରେ ସିଦ୍ଧୁ ମୁସେବାଲା କ୍ଷମା ମାଗିଥିଲେ ।

ସେହିଭଳି ମୁସେବାଲାଙ୍କ ଆଉ ଗୋଟିଏ ଗୀତ ସଞ୍ଜୁ ୨୦୨୦ ଜୁଲାଇରେ ରିଲିଜ ହୋଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ଗୀତଟି ଏକେ-୪୭ ଗୁଳିଚାଳନା ମାମଲାରେ ସିଦ୍ଧୁ ମୁସେବାଲାଙ୍କୁ ଜାମିନ ମିଳିବା ପରେ ରିଲିଜ ହୋଇଥିଲା । ସେ ସୋସିଆଲ ମିଡିଆରେ ନିଜର ତୁଳନା ଅଭିନେତା ସଞ୍ଜୟ ଦତ୍ତଙ୍କ ସହ କରିଥିଲେ । ୨୦୨୦ ମେ ମାସରେ ବରନାଲ ଗାଁରେ ଗୁଳିଚଳାଇବା ପରେ ତଙ୍କର ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପରେ ସିଙ୍ଗରୁର ଗୋଟିଏ କୋର୍ଟରୁ ଜାମିନ ମିଳିଥିଲା ।