ଆବଶ୍ୟକତାଠାରୁ ଅଧିକ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ ! ଜୀବନପ୍ରତି ହୋଇପାରେ ବିପଦ

54

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଇବାକୁ ଖୁବ୍ ଭଲ ପାଆନ୍ତି । ଆଉ ବେଳେ ଲୋଭରେ ଆବଶ୍ୟକତାଠାରୁ ଅଧିକ ଖାଇଥାନ୍ତି । କିନ୍ତୁ ଏହି ଲୋଭ ଅନେକ ସମୟରେ ସମସ୍ୟା ଆଣିଦେଇଥାଏ । ଅତ୍ୟଧିକ ଖାଦ୍ୟ ସ୍ୱାସ୍ଥ୍ୟପାଇଁ ହାନୀକାରକ ହୋଇଥାଏ । ପୁରୁଷମାନଙ୍କ ପାଇଁ ପ୍ରତିଦିନ ୨୫୦୦ କ୍ୟାଲୋରୀ ଏବଂ ମହିଳାଙ୍କୁ ୨୦୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ । ଏହାଠାରୁ ଅଧିକ କ୍ୟାଲୋରୀ ସ୍ୱାସ୍ଥ୍ୟପାଇଁ ହାନୀକାରକ । ଏବେ ନଜର ପକାନ୍ତୁ କେଉଁ ଖାଦ୍ୟ ଆବଶ୍ୟକତାଠାରୁ ଅଧିକ ଖାଇବା ଉଚିତ୍ ନୁହେଁ ।

୧୦୦ ଗ୍ରାମ ବଟରରେ ୪୦୩ କ୍ୟାଲୋରୀ :
୧୦୦ ବଟରେ ୪୦୩ କ୍ୟାଲୋରୀ ଥାଏ । ଅଧିକ ବଟର ଖାଇଲେ ରକ୍ତଚାପ ଉଚ୍ଚ ହେବାର ସମ୍ଭାବନା ଥାଏ । ଏହା ସହ ମୋଟାପଣ ମଧ୍ୟ ବଢିଥାଏ । ଅର୍ଥାତ୍ ମାତ୍ରାଧିକ ବଟର୍ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଏକ ଗ୍ଲାସ୍ ଲସିରେ ୨୩୦ କ୍ୟାଲୋରୀ :
ସାଧାରଣତଃ ଲୋକଙ୍କୁ ଲସି ପିଇବା ଖୁବ୍ ପସନ୍ଦ । କିନ୍ତୁ ଏକଥା ଧ୍ୟାନରେ ରଖିବା ଉଚିତ୍ ଯେ ଏକ ଗ୍ଲାସ୍ ଲସିରେ ରହିଛି ୨୩୦ କ୍ୟାଲୋରୀ । ତେଣୁ ଲସିର ମାତ୍ରାଧିକ ସେବନ ଶରୀରରେ କୋଲେଷ୍ଟ୍ରଲ୍ ବଢାଇଥାଏ ।

୧୦୦ ଗ୍ରାମ୍ ମାଂସରେ ୧୮୭ କ୍ୟାଲୋରୀ:
ଅତ୍ୟଧିକ ମାସ ଖାଇଲେ ହୃଦଘାତ ହେବାର ସମ୍ଭାବନା ଥାଏ । କେବଳ ସେତିକି ନୁହେଁ ମଧୁମେହ ଭଳି ମାରାତ୍ମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ୧୦୦ ଗ୍ରାମ୍ ମାଂସରେ ରହିଛି ୧୮୭ କ୍ୟାଲୋରୀ ।

୧୦୦ ଗ୍ରାମ୍ ଘିଅରେ ୮୭୬ କ୍ୟାଲୋରୀ :
ମାତ୍ରାଧିକ ଘିଅ ଖାଇଲେ ମୋଟାପଣ ବଢିଥାଏ । ଏହା ସହ ଉଚ୍ଚରକ୍ତଚାପ ଭଳି ସମସ୍ୟା ହୋଇଥାଏ । କାରଣ ୧୦୦ ଗ୍ରାମ୍ ଘିଅରେ ୮୭୬ କ୍ୟାଲୋରୀ ଥାଏ । ତେଣୁ ଅତ୍ୟଧିକ ଘିଅ ବିପଦଜ୍ଜନକ ପ୍ରମାଣିତ ହୋଇଥାଏ ।