୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପଦକଙ୍କ ସହ ଆଲୋଚନା

117

କନକ ବ୍ୟୁରୋ : ୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଆଗାମୀ ଭାରତ ନ୍ୟାୟ ଯାତ୍ରାରେ ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଛି ଦଳ । ଦିଲ୍ଲୀ ମୁଖ୍ୟାଳୟରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିିତ ହୋଇଥିଲା । ସଭାପତି ମଲ୍ଲିକାର୍ଜୁନ୍ ଖଡଗେଙ୍କ ଅଧ୍ୟକ୍ଷତାରେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ମାନେ ଏହି ବୈଠକରେ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଆସନ ଭାଗବଂଟା ନେଇ ଆଲୋଚନା କରାଯିବା ସହିତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ନେଇ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ରାହୁଲ ଗାନ୍ଧୀ ଏହି ଯାତ୍ରାରେ ଯେଉଁ ୧୪ଟି ରାଜ୍ୟରେ ପଦଯାତ୍ରା କରିବେ ଏସମସ୍ତ ରାଜ୍ୟର ପ୍ରଭାରୀ ମାନଙ୍କ ସହ ଆଜି ଆଲୋଚନା କରାଯାଇଛି । ଆସନ୍ତା ୧୪ ଜାନୁଆରୀରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ଏହି ଯାତ୍ରା ମଣିପୁରରେ ଆରମ୍ଭ ହୋଇ ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ । ଏହି ସମୟରେ ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ପାଖାପାଖି ୬ହଜାର ୨୦୦ କିଲୋମିଟର, ରାହୁଲ ନ୍ୟାୟ ଯାତ୍ରା କରିବେ ।