ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ସ୍ୱତନ୍ତ୍ର ଦିନ ।  ଇଦ-ଉଜ୍-ଜୁହାରେ ମସଜିଦରେ ମାନଙ୍କରେ ଚାଲିଛି ସମୂହ ନମାଜ ପାଠ । 

101

କନକ ବ୍ୟୁରୋ: ଆଜି ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ସ୍ୱତନ୍ତ୍ର ଦିନ  । ଦେଶର ଇସଲାମ ସମ୍ପ୍ରଦାୟର ଲୋକେ ଆଜିର ଦିନକୁ ଇଦ ଉଲ୍ ଜୁହା ବା ବକ୍ରି ଇଦ୍ ଭାବେ ପାଳନ କରୁଛନ୍ତି  । ଏହି ଦିନ ଟିକୁ ବଳିଦାନ ଦିବସ ଭାବେ ପାଳନ କରାଯାଇଥାଏ  । ବଳିଦାନର ଏହି ପରମ୍ପରା ହଜରତ ଇବ୍ରାହିମଙ୍କ ସମୟରୁ ଆରମ୍ଭ ହୋଇଥିଲା  । ନିଜଠାରେ ଥିବା ନକାରାତ୍ମକ ଶକ୍ତିକୁ ବଳି ଦେଇ ସକାରାତ୍ମକ ଚିନ୍ତାଧାରା ଆଣିବା ହେଉଛି ଏହି ପର୍ବର ଉଦ୍ଦେଶ୍ୟ  । ଇଦ ଉଲ୍ ଜୁହା ଅବସରରେ ଦେଶର ବିଭିନ୍ନ ମସଜିଦରେ ନମାଜ ପାଠ କରିବାକୁ ଭିଡ଼ ଜମିଛି  । ନିଜ ପରିବାର ଓ ବନ୍ଧୁଜନଙ୍କୁ ଭେଟି ଇଦ ଉଲ୍ ଜୁହାର ଶୁଭକାମନା ଜଣାଉଛନ୍ତି ଇସଲାମ ଧର୍ମାବଲମ୍ବୀ  । ପ୍ରତି ଘରେ ଖୁସିର ମାହୋଲ ରହିଛି  ।