ଆରଟିଇରେ ଘରୋଇ ଶିକ୍ଷାନୁଷ୍ଠାନରେ ଆଡମିସନ ମିଳୁ ନଥିବା ଅଭିଯୋଗ । ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକ । 

202

କନକ ବ୍ୟୁରୋ: ସୂଚନା ଅଧିକାର ଆଇନ ଖୋଲିଦେଲା ଘରୋଇ ଶିକ୍ଷାନୁଷ୍ଠାନର ଅସଲମୁଖା । ଶିକ୍ଷା ଅଧିକାର ଆଇନ ଅନୁସାରେ ଘରୋଇ ସ୍କୁଲରେ ୨୫ ପ୍ରତିଶତ ସିଟ୍ରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ପଢିବା ପାଇଁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଅଭିଭାବକମାନେ ଆବେଦନ କରିଥିଲେ । ହେଲେ କିଛି ନିର୍ଦ୍ଦିଷ୍ଟ ଅନୁଷ୍ଠାନ ପିଲାଙ୍କୁ ଆଡମିଶନ ନକରି ଫେରାଇ ଦେଇଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣୁନଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି ।

ସ୍କୁଲରେ ସିଟ୍ ନଥିବା ସ୍କୁଲ କର୍ତୃପକ୍ଷ କହୁଥିବା ଅନେକ ଶିକ୍ଷାନୁଷ୍ଠାନରେ ସିଟ୍ ଫାଙ୍କା ଥିବା ବେଳେ ସୂଚନା ଅଧିକାର ମାଧ୍ୟମରେ ଜଣାପଡ଼ିଛି । ଶିକ୍ଷା ବିଭାଗ ସବୁ ଜାଣିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ବାହାରେ ଆରଣ ଅନଶନ କରୁଛନ୍ତି ।

ସୂଚନା ଅଧିକାର ଆଇନ ଖୋଲିଦେଲା ଘରୋଇ ଶିକ୍ଷାନୁଷ୍ଠାନର ଅସଲମୁଖା । ଶିକ୍ଷା ଅଧିକାର ଆଇନ ଅନୁସାରେ ଘରୋଇ ସ୍କୁଲରେ ୨୫ ପ୍ରତିଶତ ସିଟ୍ରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ପଢିବା ପାଇଁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଅଭିଭାବକମାନେ ଆବେଦନ କରିଥିଲେ । ହେଲେ କିଛି ନିର୍ଦ୍ଦିଷ୍ଟ ଅନୁଷ୍ଠାନ ପିଲାଙ୍କୁ ଆଡମିଶନ ନକରି ଫେରାଇ ଦେଇଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣୁନଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି । ସ୍କୁଲରେ ସିଟ୍ ନଥିବା ସ୍କୁଲ କର୍ତୃପକ୍ଷ କହୁଥିବା ଅନେକ ଶିକ୍ଷାନୁଷ୍ଠାନରେ ସିଟ୍ ଫାଙ୍କା ଥିବା ବେଳେ ସୂଚନା ଅଧିକାର ମାଧ୍ୟମରେ ଜଣାପଡ଼ିଛି । ଶିକ୍ଷା ବିଭାଗ ସବୁ ଜାଣିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ବାହାରେ ଆରଣ ଅନଶନ କରୁଛନ୍ତି ।