ମାସ ଆରମ୍ଭରେ ବ୍ୟବସାୟୀଙ୍କୁ ଆଶ୍ୱସ୍ତି : ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

194

କନକ ବ୍ୟୁରୋ : ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୧୭୧ ଟଙ୍କା ୫୦ ପଇସା ହ୍ରାସ କରାଯାଇଛି । ଆଜିଠୁ ନୂଆ ଦର ଲାଗୁ ହେବ । ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର ୧୮୫୬ ଟଙ୍କା ୫୦ ପଇସା ହୋଇଛି ।

ହେଲେ ଘରୋଇ ଗ୍ୟାସ୍ ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ପୂର୍ବରୁ ଏପ୍ରିଲ ପହିଲାରେ ମଧ୍ୟ କମର୍ସିଆଲ ଗ୍ୟାସ୍ ଦର ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା । ଦୁଇ ମାସରେ କମର୍ସିଆଲ ଗ୍ୟାସ୍ ଦର ୨୬୩ ଟଙ୍କା ଶସ୍ତା ହେଲାଣି । ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ପେଟ୍ରୋଲିୟମ୍ କମ୍ପାନୀ ଗ୍ୟାସ୍ର ନୂଆ ଦର ନିର୍ଦ୍ଧାରଣ କରିଥାନ୍ତି ।