ଭିନ୍ନ ରୂପରେ ଜିଲ୍ଲାପାଳ । ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ। ବୁଲି ଦେଖିଲେ ସ୍କୁଲ ଓ ଆଦର୍ଶ ଅଙ୍ଗନୱାଡି

600

କନକ ବ୍ୟୁରୋ: ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲାର ମାଓପ୍ରବଣ ସଲିମି ୟୁଜିଏମଇ ସ୍କୁଲ ପିଲାଙ୍କୁ  ଗଣିତ ପଢାଇଲେ ଜିଲ୍ଲପାଳ ମନୀଷ ଅଗ୍ରୱାଲ । ଗତକାଲି ଜିଲ୍ଲାପାଳଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ, ମାଥିଲି ବିଡିଓ ପ୍ରମୁଖ ମାଓପ୍ରବଣ ସଲିମି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରିଥିଲେ  । ସ୍କୁଲରେ  ଗଣିତ ପାଠପଢାକୁ ଦେଖିବା ସହ ନିଜେ ପାଠ ମଧ୍ୟ ପିଲାଙ୍କୁ ପାଠ ପଢାଇଥିଲେ ଜିଲ୍ଲାପାଳ ।  ଏଥିସହ ସ୍କୁଲରେ ମଧ୍ୟାହ୍ନ ଭୋଜନର ମାନ ମଧ୍ୟ ଯାଂଚ କରିଥିଲେ ଜିଲ୍ଲାପାଳ । ପରେ  ସେଠାରେ ଥିବା ଆଦର୍ଶ ଅଙ୍ଗନୱାଡି ବୁଲି ଦେଖିଥିଲେ ମନୀଷ ଅଗ୍ରୱାଲ ।

ପାଠ ପଢାଇଲେ ଜିଲ୍ଲାପାଳ । ପୁଣି ଶିକ୍ଷକ ଭୂମିକାରେ ନଜର ଆସିଲେ ଆଉ ଜଣେ ଜିଲ୍ଲାପାଳ ତଥା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ।  ଗତକାଲି ମନୀଷ ଅଗ୍ରୱାଲ ମାଲକାନଗିରି ଜିଲ୍ଲାର ପ୍ରମୁଖ ମାଓପ୍ରବଣ ଇଲାକା ବୋଲାଉଥିବା ସଲିମି  ୟୁଜିଏମଇ ସ୍କୁଲ ପରିଦର୍ଶନରେ ଯାଇଥିଲେ । ଏଠାରେ ସେ ସ୍କୁଲର ପାଠପଢା ଏବଂ ଅନ୍ୟନ୍ୟା ବ୍ୟବସ୍ଥାର ତଦାରଖ କରିବା ସହ ପିଲାଙ୍କୁ ପାଠ ମଧ୍ୟ ପଢାଇଥିଲେ । ଜିଲ୍ଲାପାଳ ସ୍କୁଲରେ ପିଲମାନଙ୍କୁ ପାଠ ପଢାଇବା ସହ ଭଲ ପାଠପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ଉପଦେଶ ମଧ୍ୟ ଦେଇଥିଲେ । ତେବେ ଜିଲ୍ଲାପଳଙ୍କ  ଏତାଦୃଶ୍ୟ କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଉଛି ।