ନାଗ ସାପକୁ ତୀର ମାଡ ! ବାରିପଦାରେ ଅଭାବନୀୟ ଘଟଣା, ସାପର ମୃତ୍ୟୁ

40

କନକ ବ୍ୟୁରୋ : ନାଗ ସାପକୁ ତୀର ମାଡ । ଶିକାରୀର ତୀର ମାଡରେ ନାଗ ସାପର ମୃତ୍ୟୁ । ଏମିତି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା କୈଳାଶଚନ୍ଦ୍ରପୁର ଗ୍ରାମରେ । ଘରେ ପଶିଥିବା ଏକ ନାଗ ସାପକୁ ଗ୍ରାମବାସୀ ତୀର ମାରି ଆହତ କରିବା ପରେ ନାଗ ସାପଟିର ମୃତ୍ୟୁ ଘଟିଛି । କୈଳାଶଚନ୍ଦ୍ରପୁର ଗ୍ରାମର ଦୁର୍ଗା ଚରଣ ମହନ୍ତଙ୍କ ଘରେ କେହି ନଥିବା ବେଳେ ତାଙ୍କର ୧୨ ବର୍ଷର ଝିଅ ଶୋଇଥିଲେ । ଏହି ସମୟରେ ଦୁର୍ଗାଙ୍କ ଚାଳ ଘରେ ଲାଗିଥିବା ଫ୍ୟାନରେ ଏକ ନାଗ ସାପ ଝୁଲି ରହିଥିବା ଦେଖିଥିଲେ ତାଙ୍କ ଝିଅ ।

ଭୟରେ ସେ ଘର ବାହାରକୁ ଆସି ଡାକ ପକାଇଥିଲେ । ଫଳରେ ସେଠାରେ ଗ୍ରାମବାସୀ ଠୁଳ ହୋଇଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ସାପକୁ ତୀର ମାଡ କରିଥିଲେ । ତୀରଟି ସାପର ପେଟ ନିକଟରେ ଗଳି ଯାଇଥିଲା ଓ ସାପ ତଳେ ପଡିଯାଇଥିଲା । ଦୁର୍ଗା ଘରକୁ ଫେରି ଏମିତି ଦୃଶ୍ୟ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ସାପକୁ ଉଦ୍ଧାର କରି ତୀରକୁ କାଢିବାକୁ ଚେଷ୍ଟା କଲା ବେଳେ ସାପଟିର ମୃତ୍ୟୁ ଘଟିଛି ।