ରାହୁଲ ଗାନ୍ଧୀଙ୍କ ରାସ୍ତାରେ ଅଖିଳେଶ ଯାଦବ। ବିଧାନସଭାରେ ଟାର୍ଗେଟ କଲେ ଯୋଗୀ ଆଦିତ୍ୟନାଥ । 

127

କନକ ବ୍ୟୁରୋ : ୟୁପି ବିଧାନସଭାର ବଜେଟ ଅଧବେଶନ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହରେ ଏହି ଅବସରରେ ସମ୍ବୋଧନ କରିଥିଲେ । ଅଭିଭାଷଣରେ ଅଖିଲେଶ ଯାଦବଙ୍କ ବିରୋଧରେ ଜୋରଦାର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ରାହୁଲ ଗାନ୍ଧୀ ଏବଂ ଅଖିଲେଶ ଯାଦବଙ୍କ ଭିତରେ କୌଣସି ଫରକ ନାହିଁ । ଅଖିଲେଶ ଯାଦବ ବଜେଟ ଅଧିବେଶନର ବହୁତ ଭଲ ଚର୍ଚ୍ଚା କରିଥିଲେ । ତେବେ ସେ ଚର୍ଚ୍ଚା ବେଳେ ପ୍ରସଙ୍ଗରୁ ହଟି ଆଲୋଚନା କରିଥିଲେ ।

ବଜେଟ ଉପରେ ଚର୍ଚ୍ଚା ହେବାର ଥିଲା ତେବେ ଅଖିଳେଶ ସେହି ଉପରେ ଆଲୋଚନା ନକରି ଅନ୍ୟପ୍ରସଙ୍ଗରେ ବାରମ୍ବାର ଆଲୋଚନା କରିଥିଲେ । ଯୋଗୀ ଆଦିତ୍ୟନାଥ ଆହୁରି ମଧ୍ୟ କହିଥିଲେ ଆମେ ସାଧାରଣ ଲୋକଙ୍କ ପାଇଁ ବଜେଟ ଆଣିଛୁ ଏହା ସବୁବର୍ଗ ପାଇଁ ଲାଭଦାୟକ । ଆମେ ଗରିବଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖି ସେ ଦିଗରେ କାମ କରିଚାଲିଛୁ ।

ତେବେ ଏତିକିରେ ଅଟକି ନଥିଲେ ଯୋଗୀ ଆଦିତ୍ୟନାଥ ।  ସେ କହିଥିଲେ, ରାସନ କାର୍ଡ ରାଜ୍ୟରେ ତିଆରି ହେବ କିନ୍ତୁ ସାରାଦେଶରେ ଏହାର ଫାଇଦା ମିଳିପାରିବ । ଏହା ପ୍ରଧାନମନ୍ତ୍ରୀଙ୍କର ସୁନ୍ଦର ଯୋଜନା । ସେହିଭଳି ୟୁପି ଦେଶର ଗୋଟିଏ ମାତ୍ର ରାଜ୍ୟ ଯେଉଁଠି ଗାଁରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇପାରୁଛି । ବିସି ସଖୀ ମାଧ୍ୟମରେ ଲୋକଙ୍କୁ ଏହାର ସୁବିଧା ମିଳିପାରୁଛି । ତେବେ ବିରୋଧୀ ନେତା ମାନେ ଏସବୁ ପ୍ରସଙ୍ଗ ଛାଡି ଅନ୍ୟ ପ୍ରସଙ୍ଗରେ ବିଶେଷ ଆଲୋଚନା କରିବା ପାଇଁ ଚାହୁଁଛନ୍ତି ।

ଯୋଗୀ  କହିଛନ୍ତି, ରାହୁଲ ଗାନ୍ଧୀ ଦେଶ ବାହାରେ ଦେଶର ଛବି ମଳିନ କରୁଛନ୍ତି । ସେହିଭଳି ଅଖିଲେଶ ମଧ୍ୟ ସେହି ରାସ୍ତାରେ ଅଛନ୍ତି । ଗୋଟିଏ ଦେଶ, ଶ୍ରେଷ୍ଠ ଭାରତ ପରିକଳ୍ପନାରେ ଆମେ ଆଗକୁ ବଢିଚାଲିଛୁ । ଆମର ଗୋଟିଏ ମାତ୍ର ଲକ୍ଷ୍ୟ ଲୋକଙ୍କ ହିତ ସାଧନ ।