ଏକ ସଶକ୍ତ ଓଡ଼ିଶା ଗଠନ ଏବଂ ଯୁବବର୍ଗଙ୍କୁ ନିଯୁକ୍ତି ମୋ ସରକାରର ମୂଳ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

587

କନକ ବ୍ୟୁରୋ: ଷୋଡ଼ଶ ବିଧାନସଭାରେ ରାଜ୍ୟପାଳ ଗଣେଷୀ ଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି, ରାଜ୍ୟର ବିକାଶ ଏବଂ ସାଢ଼େ ୪କୋଟି ରାଜ୍ୟବାସୀଙ୍କ କଲ୍ୟାଣ ସରକାରଙ୍କ ଏକମାତ୍ର ଏଜେଣ୍ଡା । ଯୁବକଙ୍କୁ ନିଯୁକ୍ତି ବିଜେଡିର ନିର୍ବାଚନୀ ଇସ୍ତାହାରରେ ମୂଳ ଏଜେଣ୍ଡା ଥିବାବେଳେ ଏହାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।
ସେହିପରି ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗ ନୀତି ଅବଲମ୍ବନ କରିବେ। ଏହାର ସୂଚନା ନିର୍ବାଚନ ଇସ୍ତାହାରରେ ନିଆଯାଇଥିଲା ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ‘ଫୋନି’ ମୁକାବିଲା କ୍ଷେତ୍ରରେ ସଫଳ ହୋଇଛି । ଯେଉଁଥି ପାଇଁ ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ତେବେ ଏକ ସଶକ୍ତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟବାସୀ ଜନାଦେଶ ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଲା, କି ଏହି ସବୁ ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରିବେ । ଗତ ସୋମବାର ଦିନ ରାଜ୍ୟପାଳ ଗୃହରେ ଦେଇଥିବା ଅଭିଭାଷଣ ପାଇଁ ତାଙ୍କୁ ଧନ୍ୟବାଦ ଦେବା ଲାଗି ଆଗତ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।