ଘରୋଇ ଉପାୟରେ ଚମକାଇ ପାରିବେ ଷ୍ଟିଲ ବାସନ ! ଜାଣନ୍ତୁ କିପରି ?

55

ଆଜିକାଲି ପ୍ରାୟ ଘରେ ଷ୍ଟେନଲେସ ଷ୍ଟିଲର ବ୍ୟବହାର କରାଯାଉଛି । ତାହା ମଧ୍ୟ ଖୁବ ଆକର୍ଷକ । କିନ୍ତୁ ସେସବୁକୁ ଠିକ ଭାବରେ ବ୍ୟବହାର ନକରିବା ଦ୍ୱାରା ତାହାକୁ ସଫା କରିବା କାଠିକର ହୋଇଯାଏ । ତେବେ ତାହାକୁ ନିୟମିତ ଭାବରେ ସଫା କରିବା ଏବଂ ତାହାର ଦାଗ ହଟାଇବା ପ୍ରତି ଗୁରୁତ୍ୱ ଦେବା ଉଚିତ ।

ଟମାଟୋ ସସ- ଟମାଟୋ ସସକୁ ବାସନ ତଳେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଏହା ଦ୍ୱାରା ଅତି ସହଜରେ ବସିଥିବା ଦାଗ ଛାଡ଼ିଯିବ । ଖାଦ୍ୟକୁ ବହୁତ ସମୟ ଫୁଟାଇବା ଦ୍ୱାରା ଷ୍ଟେନଲେସ ଷ୍ଟିଲ ବାସନ ତଳେ ଦାଗ ଲାଗିଯାଏ । ଏହାକୁ ସଫା କରିବାର ସହଜ ଉପାୟ ହେଉଛି ଗୋଟିଏ ଚାମଚର ଏକ ତୃତୀୟାଂଶ ଭିନେଗାର ସେହି ବାସନରେ ପକାଇ ଗରମ କରନ୍ତୁ । ଏଭଳି କରିବା ଦ୍ୱାରା ଦାଗ ମଧ୍ୟ ଅତି ସହଜରେ ଛାଡ଼ିଯାଏ ।

ଗରମ ଜଳ- ଯେତେବେଳେ ଷ୍ଟେନଲିସ ଷ୍ଟିଲ ବାସନରେ ଖାଦ୍ୟ କିମ୍ବା ଦୁଗ୍ଧ ଜଳିଯାଏ,ସେଥିରେ ଲାଗିଥିବା ଦାଗକୁ ଗରମ ଜଳ ବ୍ୟବହାର କରି ନିୟମିତ ବ୍ୟବହାର କରାଯାଉଥିବା ସ୍କ୍ରବର ସାହାଯ୍ୟରେ ସଫା କରାଯାଇପାରିବ ।

ବେକିଂ ସୋଡା- ଜଳି ଯାଇଥିବା ବାସନରେ କିଛି ଜଳ ପକାଇ ତାହାକୁ ଗରମ କରନ୍ତୁ । ଏହାପରେ ସେଥିରେ ଦୁଇ ବଡ଼ ଚାମଚ ବେକିଂ ସୋଡ଼ା ପକାଇ ସଫା କରନ୍ତୁ । ଏହା ଦ୍ୱାରା ଦାଗ ଅତି ସହଜରେ ଛାଡ଼ିଯିବ । ଯଦି ଏହାପରେ କିଛି ଦାଗ ରହୁଛି ତେବେ ସ୍କ୍ରବ ବ୍ୟବହାର କରି ଦାଗ ଛଡ଼ାଯାଇ ପାରିବ ।