ଶିଶୁ ଚୋରା ଚାଲାଣ : ଉତ୍ତର ପ୍ରଦେଶ, ବିହାର ଓ ଆନ୍ଧ୍ର ସବୁଠାରୁ ଆଗରେ, ଦିଲ୍ଲୀର ସ୍ଥିତି ଚିନ୍ତାଜନକ

115

କନକ ବ୍ୟୁରୋ : ୨୦୧୬ ରୁ ୨୦୨୨ ମଧ୍ୟରେ ଶିଶୁ ଚୋରା ଚାଲାଣକୁ ନେଇ ଉତ୍ତର ପ୍ରଦେଶରୁ ସାଂଘାତିକ ଖବର ଆସିଛି । ଶିଶୁ ଚୋରା ଚାଲାଣ ମାମଲାରେ ଉତ୍ତର ପ୍ରଦେଶ ଦେଶର ତିନି ରାଜ୍ୟ ସହ ସାମଲ ହୋଇଛି । ‘ଚାଇଲ୍ଡ ଟ୍ରାଫିକିଙ୍ଗ ଇନ୍ ଇଣ୍ଡିଆ, ଇନସାଇଟ୍ ଫାର୍ମ ସିଚୁଏସନାଲ ଡେଟା ଏନାଲିସିସ ଆଣ୍ଡ ନିଡ ଫର ଟେକ୍ ଡ୍ରିବନ ଇଣ୍ଟରଭେସନ ଷ୍ଟାଟେଜୀ’ ଶୀର୍ଷକ ଏକ ବ୍ୟାପକ ରିପୋର୍ଟରେ ଏହି ପରିସଂଖ୍ୟାନର ଖୁଲାସା କରାଯାଇଛି । ଏହି ରିପୋର୍ଟକୁ ଗେମ୍ସ ୨୪ଙ୍ଘ୭’ ଓ କୌଳାଶ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ତରଫରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ।

କୈଳାଶ ସତ୍ୟାର୍ଥୀଙ୍କ ଚିଲଡ୍ରେନ ଫାଉଣ୍ଡେସନର ସଂସ୍ଥାପକ ଶାନ୍ତି ପାଇଁ ନୋବେଲ ପୁରସ୍କାର ଜିତିଥିବା କୈଳାଶ ସତ୍ୟାର୍ଥୀ ଅଟନ୍ତି । ଏହି ରିପୋର୍ଟ ରବିବାର ଦିନ ବିଶ୍ୱ ମାନବ ଚାଲାଣ ନିରୋଧକ ଦିବସ ଅବସରରେ ଜାରି କରାଯାଇଛି । ଏହି ରିପୋର୍ଟ ଏବେ ଦେଶରୁ ଶିଶୁ ଚାଲାଣର ସାଂଘାତିକ ତଥ୍ୟକୁ ପଦାରେ ପକାଇଛି । ରିପୋର୍ଟ ମୁତାବକ ଉତ୍ତର ପ୍ରଦେଶ ସମେତ ବିହାର ଓ ଆନ୍ଧ୍ରପ୍ରଦେଶ ଏଭଳି ୩ଟି ରାଜ୍ୟ ଯେଉଁଠି ୨୦୧୬ ରୁ ୨୦୨୨ ମଧ୍ୟରେ ସବୁଠାରୁ ଅଧିକ ଶିଶୁ ଚୋରା ଚାଲାଣ ହୋଇଛି । ଦିଲ୍ଲୀରେ କୋଭିଡ-୧୯ ପୂର୍ବରୁ ଥିବା ପରିସଂଖ୍ୟାନ ତୁଳନାରେ କୋଭିଡ-୧୯ ମହାମାରି ପରେ ଏହି ସଂଖ୍ୟା ୬୮ ପ୍ରତିଶତ ବୃଦ୍ଧି ପାଇଛି ।

ଏହି ରିପୋର୍ଟରେ କୁହାଯାଇଛି କି ୨୦୨୬ ରୁ ୨୦୨୨ ମଧ୍ୟରେ ୨୧ ଟି ରାଜ୍ୟର ୨୬୨ ଜିଲ୍ଲାରେ ସର୍ଭେ କରାଯାଇଥିଲା । ଏଥିରେ ଶିଶୁ ଚାଲାଣର୍ତରିକା ଉପରେ ବ୍ୟାପକ ସୂଚନା ଅଣାଯାଇଥିଲା । ରିପୋର୍ଟ ମୁତାବକ ଏହି ଅବଧି ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୩୫୪୯ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି ।

ରିପୋର୍ଟରେ କୁହାଯାଇଛି କି ଉଦ୍ଧାର ହୋଇଥିବା ପିଲାଙ୍କ ମଧ୍ୟରୁ ୮୦ ପିଲା ୧୩ ବର୍ଷରୁ ୧୮ ବର୍ଷ ମଧ୍ୟରେ । ଏହାସହ ୧୨ ବର୍ଷ ବୟସର ୧୩ ପ୍ରତିଶତ ଓ ୯ବର୍ଷରୁ କମ୍ ୨ ପ୍ରତିଶତ ପିଲା ରହିଛନ୍ତି । ରିପୋର୍ଟରେ କୁହାଯାଇଛି କି ଅଧିକତର ରାଜ୍ୟରେ ଶିଶୁ ଚାଲାଣ ସଂଖ୍ୟା ବୃଦ୍ଧି ପାଇଛି । ହେଲେ ଉତ୍ତର ପ୍ରଦେଶରେ ଶିଶୁ ଚାଲାଣ ସର୍ବାଧିକ ବୃଦ୍ଧି ପାଇଛି । ରିପୋର୍ଟ ମୁତାବକ ଉତ୍ତର ପ୍ରଦେଶରେ ୨୦୧୬-୨୦୧୯ ମଧ୍ୟରେ ଶିଶୁ ଚାଲାଣ ନେଇ ୨୬୭ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୧-୨୦୨୨ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୨୧୪ ରେ ପହଂଚିଛି ।

ରିପୋର୍ଟରେ ଏଭଳି ଚିନ୍ତାଜନକ ତଥ୍ୟ ପରେ ମଧ୍ୟ ଗତ ଏକ ଦଶନ୍ଧି ମଧ୍ୟରେ ସରକାର ଓ ପ୍ରବର୍ତ୍ତନ କାରୀ ଏଜେନ୍ସି ଦ୍ୱାରା ନିଆଯାଇଥିବା ସକରାତ୍ମକ ପଦକ୍ଷେପ ଉପରେ ମଧ୍ୟ ରିପୋର୍ଟରେ ଆଲୋକପାତ କରାଯାଇଛି । ତେବେ ଶିଶୁ ଚାଲାଣର ପ୍ରଭାବଶାଳୀ ମୁକାବିଲା ପାଇଁ ଏକ ବ୍ୟାପକ ଚୋରା ଚାଲାଣ ନିରୋଧୀ ଆଇନର ଆବଶ୍ୟକତା ଉପରେ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି । ଶିଶୁ ଶ୍ରମିକଙ୍କ ଦୁର୍ଦ୍ଦଶା ଉପରେ ଆଲୋକପାତ କରି ରିପୋର୍ଟରେ କୁହାଯାଇଛି ଯେ ୧୩ ରୁ ୧୮ ବର୍ଷ ବୟସ୍କ ମାନେ ଅଧିକାଂଶ ସମୟରେ ଦୋକାନ, ଢାବା ଓ ଶିଳ୍ପରେ କାମ କରୁଥିବା ବେଳେ ନିଖୋଜ ହେଉଛନ୍ତି ।