୩ ଦିନିଆ ଦିଲ୍ଳୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନ ଗୋଟାଏରେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ରହିଛି କାର୍ଯ୍ୟକ୍ରମ ।

139

କନକବ୍ୟୁରୋ: ୩ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ଦାୟିତ୍ୱ ନେବା ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ଦିଲ୍ଲୀ ଯାଇଛନ୍ତି । ଚର୍ଚ୍ଚା ହେଉଛି ବିକଶିତ ଓଡ଼ିଶା ପାଇଁ ମୋଦୀ ଯେଉଁ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ସେହି ମନ୍ତ୍ର ନେଇ ଫେରିବେ ନୂଆ ସରକାରର ଶୀର୍ଷ ନେତୃତ୍ୱ । ମୋଦୀ ଗ୍ୟାରେଂଟିକୁ କିଭଳି ରାଜ୍ୟରେ ଉପଯୋଗ କରାଯାଇ ପାରିବ ଏବଂ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ ସେନେଇ ପ୍ରସ୍ତୁତି କରିବ ରାଜ୍ୟ ୟୁନିଟ ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନିଜେ ସଭା ମଂଚରୁ ଏକାଧିକ ଗ୍ୟାରେଂଟି ଦେଇଥିଲେ । ବିଜେପି ସରକାର ଆସିଲେ ବିକଶିତ ଓଡିଶା ଗଢ଼ିବାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେଗୁଡିକ କେମିତି କାର୍ଯ୍ୟକାରୀ ହେବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ।
ଦିଲ୍ଲୀରେ ମୋହନ

୩ ଦିନିଆ ଦିଲ୍ଳୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସାଙ୍ଗରେ ଅଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂଦେଓ
ଦିନ ୧ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହ କରିବେ ଆଲୋଚନା
ଅପରାହ୍ନ ୩ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଭେଟିବେ
୪ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ
୫ଟା ୩୦ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା କାର୍ଯ୍ୟକ୍ରମ
ସଂଧ୍ୟା ୭ଟାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିବାର କାର୍ଯ୍ୟକ୍ରମ
ରାତି ୮ଟା ୧୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି କରିବେ ଆଲୋଚନା

ମୋଦୀଙ୍କୁ ଭେଟିବେ ମୋହନ
୪ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ
ବିଜେପି ଘୋଷଣା କରିଥିବା ଯୋଜନା କାର୍ଯ୍ୟକାରୀ ଲାଗି ଆବଶ୍ୟକ ଅର୍ଥ ନେଇ ଆଲୋଚନା
ଆଉ କିଛି ନୂଆ ଯୋଜନା ଘୋଷଣା କରିବା ପାଇଁ ପରାମର୍ଶ ମାଗି ପାରନ୍ତି ମୁଖ୍ୟମନ୍ତ୍ରୀ
ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି, କେମିତି ପୂରଣ ହେବ
ମନ୍ତ୍ରୀମଣ୍ଡଳରେ ୯୫ ପ୍ରତିଶତ ନୂଆ ହୋଇଥିବାରୁ ସେମାନଙ୍କୁ ନେଇ କେମିତି ସରକାର ଚାଲିବ
ଦୃଢ଼ ବିରୋଧୀ ଦଳକୁ କେମିତି ମାତ୍ ଦିଆଯିବ ମନ୍ତ୍ର ଆଣିବେ
ରାଜ୍ୟରେ ବିଜେପି ସରକାରର ଆଗାମୀ ରୋଡ଼ମ୍ୟାପ ନେଇ କରିବେ ଆଲୋଚନା