ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କ’ଣ ରହିଛି ଚ୍ୟାଲେଂଜ ?

261

କନକ ବ୍ୟୁରୋ : ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ବର୍ତ୍ତମାନ ତୃତୀୟ ଅରବିଟରେ ଗତି କରୁଛି ଚନ୍ଦ୍ରଯାନ । ଗତକାଲି ଅପରାହ୍ଣରେ ଦ୍ୱିତୀୟ କକ୍ଷପଥ ବଦଳାଇବା ପରେ ତୃତୀୟ କକ୍ଷପଥରେ ଗତି କରୁଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଯାନ ସଫଳତାର ସହ କକ୍ଷପଥ ପରିବର୍ତନ କରିଛି । ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ପରବର୍ତୀ କକ୍ଷପଥରେ ପାଦ ରଖିବ ଚନ୍ଦ୍ରଯାନ । ତେବେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କିଛି ଚ୍ୟାଲେଂଜ ରହିଥିବା ବିଶେଷଜ୍ଞ କହିଛନ୍ତି ।